www.samajalive.in
Friday, December 5, 2025
20.1 C
Bhubaneswar

ବିବାହ ବାର୍ଷିକୀରେ ରକ୍ତଦାନ କରି ଉଦାହରଣ ସାଜିଲେ ଦମ୍ପତି

ଫୁଲବାଣୀ: ଅନେକ ଲୋକ ନିଜ ବିବାହ ବାର୍ଷିକୀ ପାଳନ କରିବା ପାଇଁ ବଡ଼ବଡ଼ ଭୋଜିର ଆୟୋଜନ କରି ସାଙ୍ଗସାଥି, ପରିବାର ଓ ପ୍ରିୟଜନମାନଙ୍କୁ ଖାଇବାକୁ ଦେଉଥିବାବେଳେ ଆଉ କେହିକେହି ଏହି ବିବାହ ବାର୍ଷିକୀ ପାଇଁ ନିଜ ସାଙ୍ଗ ସାଥିମାନଙ୍କୁ ନେଇ କ୍ଲବ, ବାର୍‌ରେ ପାର୍ଟି କରି ମଉଜମସ୍ତି କରିଥାନ୍ତି। କିନ୍ତୁ ନିଜର ପ୍ରଥମ ବିବାହ ବାର୍ଷିକୀରେ କୌଣସି ପାର୍ଟି କିମ୍ବା ଭୋଜି ନକରି ତାଙ୍କର କିଛି ସାଙ୍ଗମାନଙ୍କ ସହ ମିଶି ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଦମ୍ପତି। ଏହି ଦମ୍ପତି ହେଉଛନ୍ତି କାନ୍ଧମାକ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ସହରର ଯୁବ ସମାଜସେବୀ ଆନନ୍ଦ ପ୍ରସାଦ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଚାନ୍ଦିନୀ।

ସୂଚନା ଅନୁସାରେ, ଫିରିଙ୍ଗିଆ ସହରର ଏହି ଯୁବ ସମାଜସେବୀ ଜଣକ ବିବାହ କରିବା ପୂର୍ବରୁ ମଧ୍ୟ ବହୁବାର ରକ୍ତଦାନ କରିସାରିଥିବାବେଳେ କାନ୍ଧମାକ ଜିଲାରେ ଦେଖାଦେଇଥିବା ରକ୍ତର ଅଭାବକୁ ଆଖି ଆଗରେ ରଖି ନିଜ ଧର୍ମପତ୍ନୀଙ୍କ ସହ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଦାନ କରିଛନ୍ତି। ଅନ୍ୟପଟେ ଏହି ଦମ୍ପତିଙ୍କ ବିବାହ ବାର୍ଷିକୀ ଅବସରରେ ଦାମ୍ପତିଙ୍କ ସହ ତାଙ୍କର ବଡ଼ ଭାଇ ଆଦିତ୍ୟ ପ୍ରସାଦ ସାହୁ, ସାଙ୍ଗ ଦୁର୍ଗା ଶଙ୍କର ସାହୁ ଓ ରାଜତ କୁମାର ବେହେରା ମଧ୍ୟ ଗୋଟିଏ ୟୁନିଟ ଲେଖାଏଁ ରକ୍ତ ଦାନ କରିଛନ୍ତି। ଦମ୍ପତିଙ୍କ ଏଭଳି ପ୍ରୟାସକୁ ଅଂଚଳରେ ବେଶ୍‌ ପ୍ରଶଂସା କରାଯାଇଥିବାବେଳେ ରକ୍ତ ଦାନ କରି ସମାଜ ପାଇଁ ଏକ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଅନ୍ୟପଟେ ପୁଅ-ବୋହୁଙ୍କ ଏଭଳି କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି ଆନନ୍ଦଙ୍କ ପିତା ତଥା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories