www.samajalive.in
Saturday, December 6, 2025
16.1 C
Bhubaneswar

୧୧୭ ୟୁନିଟ ରକ୍ତ ସଂଗ୍ରହ, ଚାରା ବାଣ୍ଟି ପରିବେଶ ସୁରକ୍ଷା ବାର୍ତ୍ତା ଦେଲା ସବୁଜ ବାହିନୀ

ବାଙ୍କୀ: ଡମପଡା ବ୍ଲକ ଅଧୀନ ଢଁସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଢଁସର ସବୁଜବାହିନୀ ଓ ସତ୍ୟରୂପା ସଦ୍‌ଭାବନା ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ରବିବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୧୭ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ସତ୍ୟରୂପା ସଦ୍‌ଭାବନା ଟ୍ରଷ୍ଟ ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ପୂର୍ବତନ ସରପଞ୍ଚ ଯୋଗେଶ ଚନ୍ଦ୍ର ପଣ୍ଡା, ପୂର୍ବତନ ସରପଞ୍ଚ ସକୁନ୍ତଳା ମଲ୍ଲିକ ଓ ବିବେକାନନ୍ଦ ଷ୍ଟଡି ସର୍କଲର ସମ୍ପାଦକ ରମାକାନ୍ତ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଭୁବନେଶ୍ୱର ଓଡିଶା ବ୍ଲଡ ବ୍ୟାଙ୍କ (ବିଏମସି) ହସ୍ପିଟାଲର ଡାକ୍ତରୀ ଟିମ୍ ଉପସ୍ଥିତ ରହି ୧୧୭ ୟୁନିଟି ରକ୍ତ ସଂଗ୍ରହ କରିଥିଲେ। ବିଏମସି ହସ୍ପିଟାଲ ପକ୍ଷରୁ ସଂଘମିତ୍ରା ସ୍ୱାଇଁ, ଲିପକ କୁମାର ପାତ୍ର, ପ୍ରକାଶ କୁମାର ବରାଳ ଓ କୈବଲ୍ୟ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

- Advertisement -

ଶିବିରରେ ସବୁଜ ବାହିନୀ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଗୋଟିଏ ଚାରା ବଣ୍ଟନ କରାଯାଇ ଜୀବନ ପାଇଁ ଯେପରି ରକ୍ତ ବିନ୍ଦୁ ଟିଏ ଲୋଡା ସେପରି ପରିବେଶ ପାଇଁ ବୃକ୍ଷ ଲୋଡ଼ା ବୋଲି ବାର୍ତ୍ତା ଦିଆଯାଇଥିଲା। ସବୁଜ ବାହିନୀ ସଭାପତି ସୁରେନ୍ଦ୍ର ପଣ୍ଡା, ଆବାହକ ସନ୍ତୋଷ କୁମାର ଜେନା, ସମ୍ପାଦକ ଚିତ୍ତରଞ୍ଜନ ସାହୁ, କୋଷାଧ୍ୟକ୍ଷ ରାଜୀବ କୁମାର ଦେବତା, ସଂଗଠନ ସମ୍ପାଦକ ପ୍ରତିରଞ୍ଜନ ପଣ୍ଡା ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲାବେଳେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର୍ସ ଆଣ୍ଡ ରେଞ୍ଜର ୟୁନିଟର ସ୍ୱେଚ୍ଛାସେବୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories