www.samajalive.in
Sunday, December 14, 2025
19.1 C
Bhubaneswar

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ବାଙ୍କୀ : ଡମପଡା ବ୍ଲକ ପରିସର ସ୍ଥିତ ସମ୍ମିଳନୀ ପ୍ରକୋଷ୍ଠରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ପାଗ ପ୍ରତିକୂଳ ସତ୍ତ୍ବେ ଡମପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ୮୬ଜଣ ବେକାର ଯୁବକ ଯୁବତୀ ଯୋଗଦେଇ ନିଜର ନାମ ପଞ୍ଜୀକରଣ କରିଥିଲେ । ବିଡିଓ ଶ୍ୟାମଳ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ ଶିବିରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ନିଯୁକ୍ତି ସମ୍ପର୍କିତ ମାର୍ଗ ଦର୍ଶନ କରିଥିଲେ। ଜିବୀକା ମିଶନ ପ୍ରକଳ୍ପ ସଞ୍ଜୋଜକ ଅକ୍ଷୟ କୁମାର ଭଟ୍ଟଙ୍କ ସଞ୍ଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ ଓରମାସର ଜିଲ୍ଲା ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ କୁମାର ପରିଜା,ଦକ୍ଷତା ସଞ୍ଜୋଜିକା ପ୍ରିୟଙ୍କା କଦମ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ କିଭଳି ବେକାର ଯୁବକ ଯୁବତୀ ମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ଲକ ସଞ୍ଜୋଜିକା ମାଳିନୀ ପ୍ରିୟଦର୍ଶିନୀ ଦେବୀ, ବିଭୁପ୍ରସାଦ ପାଢୀ, କାର୍ଯ୍ୟରତ ଏମବିକେ ଓ ସିଆରପି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲାର ପ୍ରକଳ୍ପ ପରିଚାଳନା କରୁଥିବା ୬ଗୋଟି ପିଆଇଏ ସଂସ୍ଥା ଯୋଗଦେଇ ପଞ୍ଜୀକୃତ ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି ପ୍ରକ୍ରୀୟା ସମ୍ପର୍କରେ ପରାମର୍ଶ ଦେଇଛନ୍ତି । ଭାରପ୍ରାପ୍ତ ପ୍ରକଳ୍ପ ପରିଚାଳକ ଶ୍ରୀଭଟ୍ଟଙ୍କ ସୂଚନା ଅନୁଯାୟୀ ଏହି ଶିବିରରେ ପଞ୍ଜୀକୃତ ହୋଇଥିବା ଯୁବକ ଯୁବତୀ ମାନଙ୍କ ମଧ୍ୟରୁ ୭୧ଜଣ ନିଯୁକ୍ତି ସୁଯୋଗ ପାଇଁ ବିଭିନ୍ନ ସଂସ୍ଥା ସହ ସଞ୍ଜୋଗ ହୋଇଥିବା ପ୍ରକାଶ କରିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories