ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଭୁବନେଶ୍ବର: ଉପନିର୍ବାଚନ ଜିତିବାରେ ରେକର୍ଡ଼ କରିଥିବା ବିଜୁ ଜନତା ଦଳ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନୂଆ ରଣନୀତି ଆପଣାଇଛି। ଝାରସୁଗୁଡ଼ାର ୪ଟି ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ବଣ୍ଟନ କରିଛି ଦଳ। ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଝାରସୁଗୁଡ଼ା ପୌର ପରିଷଦ ଲାଗି ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ଲଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ବ ମିଳିଛି। କିରମିରା ପାଇଁ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ ନିଯୁକ୍ତ ହୋଇଥିବା ବେଳେ କୋଲାବିରା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ ଓ ସରୋଜ ମେହେରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ଦାୟିତ୍ୱ ମିଳିଛି।
Comments are closed.