www.samajalive.in
Monday, December 8, 2025
13.1 C
Bhubaneswar

ଘରୋଇ ଉପଚାରରେ ଦୂର କରନ୍ତୁ ଓଠର କଳାପଣ

ଓଠ ଆମ ମୁହଁର ଏକ ମୁଖ୍ୟ ଅଂଶ ହୋଇଥାଏ। ଓଠର ସୌନ୍ଦର୍ୟ୍ୟ ଉପରେ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ନିର୍ଭର କରିଥାଏ। କେବଳ ସୁନ୍ଦର ଦେଖାଯିବାରେ ନୁହେଁ, ବରଂ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଓଠର ପ୍ରଭାବ ରହିଛି। କିଛି ଲୋକଙ୍କ ଓଠର ରଙ୍ଗ ପ୍ରାକୃତିକ ଭାବେ କଳା ହୋଇଥିବା ବେଳେ କିଛି ଲୋକଙ୍କଠାରେ ସିଗାରେଟ୍‌ ଟାଣିବା ଯୋଗୁଁ ବା ଅନ୍ୟ କାରଣରୁ କଳା ପଡ଼ିଯାଇଥାଏ। ଏହାକୁ ସୁନ୍ଦର ରଖିବା ପାଇଁ ମହିଳାମାନେ ଲିପ୍‌ଷ୍ଟିକ୍‌, ଲିପ୍‌ବାମ୍‌ ଓ ମଶ୍ଚରାଇଜର୍‌ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ସମୟ ସମୟରେ ଏଭଳି ଦ୍ରବ୍ୟର ବ୍ୟବହାର ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଓଠର କଳାପଣ ଦୂର କରିବା ପାଇଁ ଘରୋଇ ଉପଚାର ମଧ୍ୟ ରହିଛି। ଏହା ଦ୍ୱାରା କମ୍‌ ଖର୍ଚ୍ଚରେ, ସହଜ ଉପାୟରେ ଏବଂ ସୁରକ୍ଷିତଭାବେ ଓଠର ପ୍ରାକୃତିକ ରଙ୍ଗ ସହ କୋମଳତା ଏବଂ ଚମକ ଫେରିପାରିବ। ଆସନ୍ତୁ ଜାଣିବା ଘରୋଇ ଉପଚାର ଦ୍ବାରା କିପରି ଓଠର କଳାପଣ ଦୂର କରି ପାରିବା –

ଲବଙ୍ଗ- ଓଠରୁ କଳାପଣ ଦୂର କରିବାରେ ଲବଙ୍ଗ ବେଶ୍‌ ଉପଯୋଗୀ। ଏହାକୁ ବ୍ୟବହାର କରିବାର କିଛି ଦିନ ମଧ୍ୟରେ ଧୀରେଧୀରେ ଓଠର ଚମକ ଫେରିଆସେ। ପ୍ରଥମେ ୩ରୁ ୪ଟି ଲବଙ୍ଗକୁ ତାଓ୍ବାରେ ନାଲି ହେବାଯାଏ ସେକନ୍ତୁ। ଏହାକୁ ଗୁଣ୍ଡ କରି ସେଥିରେ ଅଧା ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ପ୍ରତ୍ୟହ ଶୋଇବା ସମୟରେ ଓଠରେ ଲଗାନ୍ତୁ।

- Advertisement -

ଲେମ୍ବୁ- ଲବଙ୍ଗ ବ୍ୟତୀତ ଲେମ୍ବୁ ମଧ୍ୟ ଓଠର କଳାପଣ ଦୂର କରିବାରେ ସହାୟକ ହୋଇଥାଏ। ସକାଳେ ଏବଂ ସନ୍ଧ୍ୟାରେ କଟା ଲେମ୍ବୁକୁ ଧୀରେଧୀରେ ଓଠରେ ଘଷିଲେ ଏହାର କଳାପଣ ଦୂର ହୋଇଥାଏ।

କଞ୍ଚା କ୍ଷୀର ଓ କେଶର- ଓଠର କଳାପଣ ଦୂର କରିବା ପାଇଁ କଞ୍ଚା କ୍ଷୀର ଓ କେଶରର ମିଶ୍ରଣକୁ ବ୍ୟବହାର କରାଯାଇ ପାରିବ। ଏହି ମିଶ୍ରଣକୁ ହାଲ୍‌କା ଭାବେ ଓଠରେ ଲଗାଇଲେ କେବଳ ଯେ କଳାପଣ ଦୂର ହୁଏ ତାହା ନୁହେଁ, ବରଂ ପୂର୍ବାପେକ୍ଷା ଓଠ ଅଧିକ କୋମଳ ଓ ଉଜ୍ଵଳ ହୋଇଥାଏ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories