www.samajalive.in
Tuesday, December 9, 2025
19.1 C
Bhubaneswar

ଡେରାବାବା ନାନକ-କରତାପୁର ସାହିବ୍‍ କରିଡରର ଶିଳାନ୍ୟାସ କଲେ ଇମ୍ରାନ ଖାଁ

କରତାପୁର : ଲାହୋରଠାରୁ ୧୨୦କିଲୋମିଟର ଦୂର ନରୋୱାଲ୍‍ଠାରେ ପାକିସ୍ତାନ ପକ୍ଷରୁ ଡେରାବାବା ନାନକ- କରତାପୁର ସାହିବ୍‍ କରିଡର୍‍ ସଡ଼କପଥ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଂହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ହର୍‍ଦୀପ୍‍ ସିଂହ ପୁରୀ ଓ ହର୍‍ସିମ୍‍ରତ୍‍ କୌର ବାଦଲ ଏହି ଉତ୍ସବରେ ଯୋଗଦେଛନ୍ତି। ଶ୍ରୀ ପୁରୀ ଏକ ବିବୃତ୍ତିରେ କହିଛନ୍ତି, ଏହି ତୀର୍ଥଯାତ୍ରାରେ ଯାଇ ସେ ଅତ୍ୟନ୍ତ ଆନନ୍ଦିତ । ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଞ୍ଜାବ ସରକାରଙ୍କର ମନ୍ତ୍ରୀ ନବଜୋତ ସିଂହ ସିଧୁ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ପାକିସ୍ତାନ ସୀମା ସଂଲଗ୍ନ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ମାନ୍‍ଗାଁଠାରେ କତାରପୁର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସଡ଼କପଥ ସମ୍ପୂର୍ଣ୍ଣ ହେଲେ ୧୫୨୨ ମସିହାରେ ଶିଖ୍‍ ଗୁରୁଙ୍କ ଦ୍ୱାରା ସ୍ଥାପିତ ଗୁରୁଦ୍ୱାରା କରତାପୁର ସାହିବ୍‍କୁ ଦର୍ଶନ ପାଇଁ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ସକାଶେ ସହଜ ହେବ। ସେହିଠାରେ ଗୁରୁ ନାନକ ଦେବ ଶେଷ ନିଶ୍ୱାସ ତ୍ୟାଗ କରିଥିବାର କୁହାଯାଉଛି। ଆସନ୍ତା ବର୍ଷ ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ପାଳନ ସ୍ମୃତିରେ ଏହି ସଡ଼କପଥ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ଗତ ସପ୍ତାହରେ ଅନୁମୋଦନ କରିଥିଲ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories