www.samajalive.in
Sunday, December 7, 2025
26.1 C
Bhubaneswar

ଏହି ସ୍ଥାନରେ ତିଳ ଚିହ୍ନ ଥିଲେ ବ୍ୟକ୍ତି ହୋଇଥା’ନ୍ତି ଧନୀ

ତିଳ ଚିହ୍ନ ପ୍ରାୟତଃ ସବୁ ଲୋକଙ୍କ ଠାରେ ଦେଖାଯାଏ। ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ଦେଇଥାଆନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶରୀର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ତିଳ ଚିହ୍ନ ରହିଲେ ଶୁଭ ସଙ୍କେତ ମିଳିଥାଏ। ତେବେ ଏପରି କିଛି ସ୍ଥାନ ରହିଛି ଯେଉଁଠି ତିଳ ଚିହ୍ନ ଥିଲେ ବ୍ୟକ୍ତି ଧନୀ ହୋଇଥା’ନ୍ତି ବୋଲି ଜଣାପଡ଼େ। ଚାଲନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କେଉଁ ସ୍ଥାନରେ ତିଳ ଚିହ୍ନ ରହିଲେ ମଣିଷ ଧନୀ ହୋଇଥାଏ।

୧. ଡାହାଣ ଗାଲରେ ତିଳ ଚିହ୍ନ ରହିବା ଧନୀ ହେବାର ଲକ୍ଷଣ। ଯେଉଁ ପୁରୁଷ କିମ୍ବା ମହିଳାଙ୍କ ଡାହାଣ ଗାଲରେ ତିଳ ଚିହ୍ନ ଥିବ, ସେମାନେ ଖୁବ୍ ପରିଶ୍ରମୀ ହେବା ସହିତ ଧନୀ ମଧ୍ୟ ହୋଇଥା’ନ୍ତି।
୨. ଯେଉଁ ବ୍ୟକ୍ତିଙ୍କ ଓଠରେ ତିଳଚିହ୍ନ ଥାଏ, ସେମାନେ ଖୁବ୍‍ ଆକର୍ଷଣୀୟ ହେବା ସହ ଧନବାନ ମଧ୍ୟ ହୋଇଥାଆନ୍ତି। ହେଲେ ସେମାନେ ଟିକେ ଜିଦିଆ ସ୍ୱଭାବର ହୋଇଥାଆନ୍ତି।
୩. ଯେଉଁମାନଙ୍କ ନାକ ଉପରିଭାଗରେ କିମ୍ବା ପାଦ ତଳେ ତିଳ ଚିହ୍ନ ରହିଥାଏ, ସେମାନେ ଧନୀ ହେବା ସହିତ ଅଧିକ ଭ୍ରମଣ କରିବାକୁ ଭଲ ପାଆନ୍ତି। ସମୁଦ୍ରଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତି ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି।
୪. ଯେଉଁମାନଙ୍କ ଅଣ୍ଟାରେ ତିଳ ଚିହ୍ନ ରହିଥାଏ, ସେମାନଙ୍କର ଧନ ସମ୍ପତ୍ତିର ଅଭାବ ନଥାଏ। ତଥାପି ସେମାନେ ସବୁବେଳେ ଦୁଃଖ ଓ ଅଶାନ୍ତିରେ ରହିଥା’ନ୍ତି।
୫. ବାମପଟ ଗାଲର କାନମୂଳରେ ଯେଉଁମାନଙ୍କର ତିଳ ଚିହ୍ନ ଥାଏ ସେମାନେ ଖୁବ୍ କମ ବୟସରେ ଅଧିକ ଉପାର୍ଜନ କରିଥାଆନ୍ତି। ସେମାନେ ଖୁବ୍ ପରିଶ୍ରମୀ ମଧ୍ୟ ହୋଇଥାନ୍ତି।
୬. ଡାହାଣପଟ ଛାତିରେ ତିଳ ଚିହ୍ନ ଥିବା ବ୍ୟକ୍ତି ଧନବାନ ଓ ସୁଖୀ ହୋଇଥା’ନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories