www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ କେତେ ଉପକାରୀ କଳା ଚାଉଳ

ଭାରତ ସହ ଅନେକ ସ୍ଥାନର ମୁଖ୍ୟ ଖାଦ୍ୟ ହେଉଛି ଭାତ। ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ଖରାବେଳର ଖାଦ୍ୟରେ ଭାତ ପରଷା ଯାଇଥାଏ। ତେବେ ବିଭିନ୍ନ ପ୍ରକାର ଚାଉଳ ଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଏହାର ଭିନ୍ନ ଉପକାରୀ ଗୁଣ ରହିଛି। ତେବେ ଆପଣ କଳା ଚାଉଳ ବିଷୟରେ ଜାଣିଛନ୍ତି କି? ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭକାରୀ। ଖୁବ କମ ଲୋକେ ଏହି କଳା ଚାଉଳ ଓ ଏହାର ଉପକାରୀ ଗୁଣ ବିଷୟରେ ଜାଣି ଥିବେ। କଳା ଚାଉଳ ମୁଖ୍ୟତଃ ଉତ୍ତର ପୂର୍ବ ଅଞ୍ଚଳରେ ମିଳିଥାଏ। ମଣିପୁରରେ ଏହାକୁ ଅଧିକ ମାତ୍ରାରେ ଚାଷ କରାଯାଇଥାଏ। ଏହା ବିଶେଷ କରି କର୍କଟ ରୋଗରୁ ଶରୀରକୁ ରକ୍ଷା କରିବା ସହ ଏଥିରେ ପ୍ରୋଟିନ,ଆଇରନ ଓ ଫାଇବର ପ୍ରଚୁର ମାତ୍ରାରେ ରହିଛି। ଜାଣନ୍ତୁ ଏହାର ୫ଟି ଉପକାରୀ ଗୁଣ..
ଏଥିରେ କର୍କଟ ରୋଗକୁ ଶରୀର ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ରୋଗର ସମ୍ଭାବନାକୁ ଖୁବ କମ କରିଥାଏ।
ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏଥିରେ ବିଶେଷ କରି ୨୩ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ଅନ୍ୟ ଚାଉଳ ତୁଳନାରେ ଅଧିକ ଅଛି।
ଏହି ଚାଉଳର ସେବନ କରିବା ଦ୍ୱାରା ଉତ୍ତମ କୋଲେଷ୍ଟେରୋଲ୍‍ ବୃଦ୍ଧି ହେବା ସହ ଖରାପ କୋଲେଷ୍ଟେରୋଲ୍‍ ହ୍ରାସ ପାଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ।
ଏଥିରେ ଭରପୁର ମାତ୍ରାରେ ଫାଇବର ଓ ପ୍ରୋଟିନ ରହିଛି। ଯାହା ଓଜନ ହ୍ରାସ କରିବାରେ ସହାୟକ ହେବା ସହ ଅତିରିକ୍ତ ମେଦବହୁଳତା ହ୍ରାସ କରିଥାଏ।
ଏହା ପେଟର ଅନେକ ସମସ୍ୟାକୁ ଦୂର କରିବା ସହ ପାଚନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories