ସମ୍ବଲପୁର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତରେ ଯାଇଥିବା ବେଳେ ତାଙ୍କୁ କଳାପତାକୁ ପ୍ରଦର୍ଶନ କରାଯାଇଛି। ଖରିଫ ଧାନ ଫସଲ ସଂଗ୍ରହ ବୈଠକକୁ ଯିବା ସମୟରେ ବୁର୍ଲା ଏମସିଏଲ୍ ଫାଟକ ସମ୍ମୁଖରେ ଆଇନଜୀବୀମାନେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କୁ ବିରୋଧ କରାଯିବା ନେଇ ଓକିଲମାନେ ପୂର୍ବରୁ ଚେତାବନୀ ଦେଇଥିଲେ। ତେଣୁ ମନ୍ତ୍ରୀଙ୍କ ବୈଠକ ସ୍ଥଳ ପରିବର୍ତ୍ତନ କରାଯାଇଥିଲା। ମନ୍ତ୍ରୀଙ୍କ ବୈଠକ ଆରଡିସି କାର୍ଯ୍ୟାଳୟରେ ହେବାର ଥିଲା କିନ୍ତୁ ତାହା ମଙ୍ଗଳବାର ରାତିରେ ପ୍ରଶାସନ ବୈଠକ ସ୍ଥଳକୁ ପରିବର୍ତ୍ତନ କରାଯାଇଛି।
ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲମାନେ ଅନେକ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଉଚିତ ପଦକ୍ଷେପ ନେଇ ନ ଥିବା ପ୍ରତିବାଦରେ ଆଇନଜୀବୀମାନେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମ୍ବଲପୁର ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।
ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଆଇନଜୀବୀଙ୍କ କଳାପତାକା ପ୍ରଦର୍ଶନ
Popular Categories



