କୋଏମ୍ବଟୁର ବିସ୍ଫୋରଣ ମାମଲାରେ ୨୦ ବର୍ଷ ଧରି ଫେରାରଥିବା ଅଭିଯୁକ୍ତ ଗିରଫ
କୋଏମ୍ବଟୁର .- କୋଏମ୍ବଟୁର ବିସ୍ଫୋରଣ ମାମଲାରେ ୨୦ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଗରିଫ ହୋଇଛି । ୧୯୯୮ ମସିହାରେ କୋଏମ୍ବଟୁରରେ କ୍ରମାଗତ ବିସ୍ପୋରଣ ହୋଇଥିଲା । ଏଥିରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୨୦୦ ଜଣ ଗରୁତର ହୋଇଥିଲେ ।
ଏନ୍ପି ନୁହୁ ଓରଫ୍ ମାଙ୍କାଭୁ ରଶୀଦ ନାମକ ଏହି ଅଭିଯୁକ୍ତ ବିଦେଶକୁ ପଳାଇଯାଇଥିଲା । ୨୦ ବର୍ଷ ପରେ ସେ ଭାରତ ଫେରି କେରଳର କୋଝିକୋଡରେ ଥିବା କଥା ପୁଲିସ ଜାଣିବାକୁ ପାଇଥିଲା । ତାକୁ କେରଳରୁ ଗୁଇନ୍ଦା ସୂଚନା ମିଳିବା ପରେ ଗିରଫ କରାଯାଇଛି ।
ଫେବ୍ରୁଆରୀ ୧୪ ତାରିଖରେ ତତ୍କାଳୀନ ବିଜେପି ସଭାପତି ଏଲ୍କେ ଆଡଭାନୀଙ୍କର ସଭା ଥିବା ବେଳେ ସଭାସ୍ଥଳ ସହ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା ।