ବେଲୁଚିସ୍ତାନ: ‘ଅପରେସନ ସିନ୍ଦୂର’ରେ ଭାରତଠାରୁ ପାକିସ୍ତାନ ପାଇଥିବା କ୍ଷତ ଭରି ନ ଥିବାବେଳେ ବେଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆଉ ଏକ ବଡ଼ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ, ବେଲୁଚିସ୍ତାନର ସ୍ୱାଧୀନତା ଦାବି କରୁଥିବା ବିଦ୍ରୋହୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ) ପାକିସ୍ତାନୀ ସେନାର ଯବାନମାନଙ୍କ ଉପରେ ଦୁଇଟି ପୃଥକ ଆକ୍ରମଣ କରିଛି, ଯେଉଁଥିରେ ୧୪ ସୈନିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ବିଏଲଏର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (ଏସଟିଓଏସ) ମାଚ୍, ବୋଲାନର ଶୋରକନ୍ଦ ଅଞ୍ଚଳରେ ଏକ ପାକ୍ ସେନା ଗାଡ଼ି ଉପରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ଆକ୍ରମଣ କରିଛି। ବିସ୍ଫୋରଣରେ ସ୍ପେଶାଲ୍ ଅପରେସନ୍ସ କମାଣ୍ଡର ତାରିକ ଇମ୍ରାନ ଏବଂ ସୁବେଦାର ଉମର ଫାରୁକଙ୍କ ସମେତ ସମସ୍ତ ୧୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିସ୍ଫୋରଣରେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଛି।
पाकिस्तानी सेना पर BLA का बड़ा हमला.. PAK आर्मी की गाड़ी को ब्लास्ट में उड़ाया
👉'12 पाकिस्तानी सैनिकों को मार गिराया'- BLA
#PakistanNews #BLA #Blast #PakArmy pic.twitter.com/KGjjA01iqa
— Sushil Chouhan (@sushilchouhan76) May 8, 2025
ଅନ୍ୟ ଏକ ଅପରେସନରେ ବିଏଲଏ ବିଦ୍ରୋହୀମାନେ କେଚ୍ର କୁଲାଗ ଟିଗ୍ରାନ ଅଞ୍ଚଳରେ ପାକିସ୍ତାନ ସେନାର ଏକ ବୋମା ନିଷ୍କ୍ରିୟକାରୀ ଦଳକୁ ଟାର୍ଗେଟ କରିଥିଲେ। ଗତକାଲି ଦିନ ପ୍ରାୟ ୨:୪୦ ସମୟରେ ୟୁନିଟ୍ ଏକ କ୍ଲିୟରାନ୍ସ ମିଶନ ଚଳାଇଥିବା ସମୟରେ ରିମୋଟ୍ କଂଟ୍ରୋଲ ଆଇଇଡି ଦ୍ଵାରା ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ଦୁଇଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା।



