ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା
ଭୁବନେଶ୍ବର : ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟା ନେଇ ଗୁରୁବାର ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବ। ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ଏହି ଆନ୍ଦୋଳନରେ ସାମିଲ ହେବେ। ଏନେଇ ହଜାର ହଜାର କର୍ମୀ ରାଜଧାନୀରେ ଏକାଠି ହୋଇଛନ୍ତି ।
ବିଗତ ୧୯ ବର୍ଷ ମଧ୍ୟରେ ରୋଜଗାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୟ ଆସିଛି ରୋଜଗାରକୁ ଗତ ୧୯ ବର୍ଷ ଧରି ବାଧକ ସାଜିଥିବା ନବୀନ ସରକାରଙ୍କୁ ମୋର୍ଚ୍ଚା ଜବାବ ମାଗିବ ବୋଲି ସେ କହିଛନ୍ତି।