www.samajalive.in
Sunday, December 7, 2025
14.1 C
Bhubaneswar

ରବାର୍ଟ ଭଦ୍ରାଙ୍କୁ ପୁଣି ଜେରା

ନୂଆଦିଲ୍ଲୀ: ବେଆଇନ ଟଙ୍କା ନେଣଦେଣ ମାମଲାରେ ଅର୍ଥନୈତିକ ଅପରାଧ ଶାଖା ସମ୍ମୁଖରେ ଆଜି ପୁଣି ହାଜର ହୋଇଛନ୍ତି ରବାର୍ଟ ଭଦ୍ରା। ତାଙ୍କୁ ସକାଳ ୧୦ଟା ୩୦ମିରେ ପହଞ୍ôଚବା ପାଇଁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ରବାର୍ଟ ୧୧ଟା ୨୫ରେ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ବୁଧବାର ମଧ୍ୟ ରବାର୍ଟଙ୍କୁ ଇଡ଼ି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇ ଥିଲା। ଏହି ସମୟରେ ଦୀର୍ଘ ୬ଘଣ୍ଟା କାଳ ରବାର୍ଟଙ୍କୁ ପଚରାଉଚରା କରାଯାଇ ଥିଲା। ବୁଧବାର ଅପରାହ୍ଣ ୪ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସ୍ୱାମୀ ରବାର୍ଟଙ୍କୁ ଇଡ଼ି କାର୍ଯ୍ୟାଳୟରେ ଛାଡ଼ିବାକୁ ଆସିଥିଲେ।
ଆଜିର ଜେରାରେ ରବାର୍ଟ ଭଦ୍ରାଙ୍କ ଦ୍ୱାରା ସଞ୍ଜୟ ଭଣ୍ଡାରୀଙ୍କ ସମ୍ପର୍କୀୟ ସୁମୀତ ଚଡ୍ଡାଙ୍କୁ କରାଯାଇ ଥିବା ଇ-ମେଲ ସମ୍ପର୍କରେ ପଚରାଉଚରା କରାଯିବ। ଇଡି ଅଧିକାରୀ ରବାର୍ଟଙ୍କୁ ଏହି ଇ-ମେଲର ନକଲ ଦେଖାଇ ଏହାର ସତ୍ୟାସତ୍ୟ ଜାଞ୍ଚ କରିବେ। ରବାର୍ଟଙ୍କ ସମସ୍ତ ଇ-ମେଲକୁ ଇଡି ତଦନ୍ତ ପରିସରକୁ ଆଣିବା ସହ ଏହାର ସତ୍ୟାସତ୍ୟ ଜାଞ୍ଚ କରୁଛି।
ଦିଲ୍ଲୀର ଏକ କୋର୍ଟ ରବାର୍ଟଙ୍କୁ ୧୬ଫେବୃଆରୀ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ରବାର୍ଟ ଏହି ସମୟସୀମା ମଧ୍ୟରେ ଗିରଫ ହେବେ ନାହିଁ ସତ ହେଲେ ଇଡିର ଜେରାର ସମ୍ମୁଖୀନ ହେବେ। ଇଡିର ୩ଜଣ ବରିଷ୍ଠ ଅଧିକାରୀ ରବାର୍ଟଙ୍କୁ ଜେରା କରୁଛନ୍ତି। ୩ଜଣିଆ ଏହି ଟିମର ନେତୃତ୍ୱ ଡେପୁଟି ଡାଇରେକ୍ଟର ରାଜୀବ ଶର୍ମା କରୁଛନ୍ତି। ବୁଧବାର ଜେରା ସମୟରେ ରବାର୍ଟ ତାଙ୍କ ଚସମା ଆଣିବାକୁ ଭୁଲି ଯାଇଛନ୍ତି ବୋଲି କହିବାରୁ କାଗଜ ପତ୍ର ସମ୍ପର୍କିତ ଜାଞ୍ଚ ଗୁରୁବାର ପାଇଁ ପରିବର୍ତ୍ତିତ ହୋଇଥିଲା।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories