www.samajalive.in
Saturday, December 6, 2025
16.1 C
Bhubaneswar

ମହାରଥୀଙ୍କୁ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚାର ନବୀନ ନିବାସ ଚାଲ ଅଭିଯାନ

ଭୁବନେଶ୍ୱର :କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ମାନଙ୍କ ପ୍ରତି ଆକ୍ଷେପ କରିବା ପ୍ରତିବାଦରେ ମଙ୍ଗଳବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ନବୀନ ନିବାସ ଘେରାଉ ଅଭିମୁଖେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଅଭିଯାନ କରିଥିଲେ। ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ଶାନ୍ତିପୂର୍ଣ୍ଣ ତଥା ଅହିଂସା ଉପାୟରେ ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ସେମାନଙ୍କୁ ବାଟରେ ଅଟକାଇଥିଲା। ବାଟରେ ମହିଳା କର୍ମୀମାନଙ୍କୁ ପୁରୁଷ ପୁଲିସ ମାଧ୍ୟମରେ ଅଟକାଇବା ଏବଂ ଜବରଦସ୍ତ କରାଯିବା ଘଟଣାକୁ ନେଇ ଶ୍ରୀମତୀ ପରିଡ଼ା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ ଗୋଟିଏ ପଟେ ରାଜ୍ୟ ସରକାର ମା’କୁ ସମ୍ମାନର ନାରା ଦେଉଥିବାବେଳେ ଅନ୍ୟପଟେ ରାଜଧାନୀର ବିଚ୍‍ ରାସ୍ତାରେ ପୁରୁଷ ପୁଲିସଙ୍କ ଦ୍ୱାରା ମହିଳାମାନଙ୍କୁ ଟଣାଭିଡା କରୁଛନ୍ତି, ଏଥିରୁ ସରକାରଙ୍କ ମା’କୁ ସମ୍ମାନ ନାରା କେବଳ ଫମ୍ପା ଆୱାଜ ବୋଲି ସ୍ପଷ୍ଟ ହେଉଛି। ମହିଳା ପୁଲିସ ଥାଇ ପୁରୁଷ ପୋଲିସ ଜାଣିଶୁଣି ମହିଳାଙ୍କୁ ଏପରି ଅତର୍କିତ ଭାବେ ଆକ୍ରମଣ କରି ମହିଳାଙ୍କ ସହଆଶାଳୀନ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଆଇନ ବିରୋଧୀ। ଏହାଦ୍ୱାରା ମହିଳାଙ୍କ ସମ୍ମାନ ହାନି ହୋଇଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି। ମହିଳା ମାନଙ୍କର ଦୁଇଟା ଲେଖାଏଁ ସ୍ୱାମୀ ଅଛନ୍ତି କହି ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ଶାସକ ଦଳର ମନ୍ତ୍ରୀ ପ୍ରଦୀପ ମହାରଥୀ। ଏଭଳି ନାରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରଖିବା ପରେ ରାଜ୍ୟର ମୁଖ୍ୟମବୀ ନବୀନ ପଟ୍ଟନାୟକ ଚୁପ୍‍ ରହି ମହିଳାଙ୍କୁ ଅସମ୍ମାନ କରିଥିବା ମନ୍ତ୍ରୀଙ୍କୁ ବହିଷ୍କାର ନକରି ଘଣ୍ଟ ଘୋଡାଇ ରଖିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀମତୀ ପରିଡା କହିଛନ୍ତି। ସେ କହିଛନ୍ତି ଯେ ପ୍ରଦୀପ ମହାରଥୀଙ୍କ ବୟାନ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ନୀରବତା ମହିଳା ଜାତିକୁ ଆଘାତ ଦେଇଛି। ପୂର୍ବରୁ ମହିଳା ମୋର୍ଚ୍ଚା ଏ ସଂପର୍କରେ ଥାନାରେ ଏତଲା ଦେବା ସହ ମହିଳା ମୋର୍ଚ୍ଚା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ମନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିବା ପାଇଁ ନିବେଦନ କରିଛି। ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ଥିବ ସେ ପର୍ଯ୍ୟନ୍ତ ରାଜ୍ୟର ମହିଳାମାନେ ରାଜରାସ୍ତାରେ ଲଢେଇ କରୁଥିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ଏହି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳାମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories