www.samajalive.in
Saturday, December 13, 2025
23.1 C
Bhubaneswar

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ଜିତିବ -ସର୍ଭେ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଞ୍ଚଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ବିଜୟ ହାସଲ କରିବ । ନିର୍ବାଚନ ପୂର୍ବରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାଯାଇଛି । ଟାଇମ୍ସ ନାଓ ଜନମତ ସଂଗ୍ରହ ସର୍ଭେରେ ଅନୁମାନ କରାଯାଇଛି ଯେ ଏହି ଦୁଇ ରାଜ୍ୟରେ ବିଜେପି ସହଜ ବିଜୟ ହାସଲ କରିବ । ତାହାସହିତ ଏହା ଗୋଆରେ ସରକାର ଗଠନ କରିବା ସମ୍ଭାବନା ରହିଛି । ଏଥିରେ କୁହାଯାଇଛି ଯେ ଏହି ପାଞ୍ଚଟି ରାଜ୍ୟରେ କଂଗ୍ରେସ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିବ । ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଓ ଉତ୍ତରାଖଣ୍ଡ ଆଦି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ସର୍ଭେ ରିପୋର୍ଟରେ କୁହାଯାଇଛି, ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁନଃ କ୍ଷମତାକୁ ଫେରିବ । ସେହି ସମୟରେ ସମାଜବାଦୀ ପାର୍ଟି ୨୦୧୭ ନିର୍ବାଚନ ତୁଳନାରେ ଉତ୍ତମ ପ୍ରଦର୍ଶନ କରିବ । ଅନ୍ୟପକ୍ଷରେ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିବା ଆଶା କରାଯାଉଛି । ଅନ୍ୟପକ୍ଷରେ ପଞ୍ଜାବରେ ଆମ୍‍ ଆଦମୀ ପାର୍ଟି (ଆପ୍‍)ର ଭୋଟ ଅନୁପାତ ଅଧିକ ରହିବ । ସର୍ଭେରେ ସାମିଲ ଅଧିକାଂଶ ଲୋକ ଆପ୍‍ ନେତା ଭଗୱନ୍ତ ମାନ୍‍ ଙ୍କୁ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବା କହିଛନ୍ତି । ଉତ୍ତରାଖଣ୍ଡରେ ମଧ୍ୟ ୨୦୨୨ ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବ । ସଂପ୍ରତି କ୍ଷମତାରେ ଥିବା ପୁଷ୍କର ସିଂ ଧାମି ରାଜ୍ୟରେ ସବୁଠାରୁ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିଥିବା ସର୍ଭେରୁ ଜଣାଯାଇଛି । ଗୋଆରେ ସର୍ଭେ ଅନୁମାନ କରିଛି ଯେ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ବିଜେପି ପ୍ରତି ଜନସମର୍ଥନକୁ ପ୍ରଭାବିତ କରିବ । ଏଥିରେ କୁହାଯାଇଛି, ଗୋଆରେ ଆପ୍‍ ମଧ୍ୟ ଭଲ ପ୍ରଦର୍ଶନ କରିବ । ତେବେ ସେଠାରେ ବିଜେପି କ୍ଷମତାକୁ ଫେରିବ । ଇତିମଧ୍ୟରେ ଭାରତର ନିର୍ବାଚନ ଆୟୋଗ ଜାନୁଆରୀ ୮ ତାରିଖରେ ଏହି ପାଞ୍ଚଟି ରାଜ୍ୟ ପାଇଁ ନିର୍ବାଚନି କାର୍ଯ୍ୟସୂଚୀ ଘୋଷଣା କରିସାରିଛନ୍ତି । ପାଞ୍ଚଟି ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories