www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ

ବ୍ରହ୍ମପୁର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟାକୁ ନେଇ ବିବାଦ ଉଗ୍ର ହେବାରେ ଲାଗିଛିମଙ୍ଗଳବାର ବିଜେପି ତରଫରୁ ଥାନାଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିଏହି କ୍ରମରେ ଅପରାହ୍ନରେ ବଡ଼ ବଜାର ଥାନା ସମ୍ମୁଖରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଥିଲା

ବିଜେପି ଅଭିଯୋଗ କରିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି କୁଳମଣି ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଛିଏଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ରହିଛି। ଶାସକ ଦଳର ମନ୍ତ୍ରୀ ନେତାମାନେ ଅନେକ ଦଶନ୍ଧି ହେଲା ଓଡିଶା ରାଜକୋଷକୁ ଲୁଟିଥିବା ବେଳେ ଯେଉଁମାନେ ଏହାର ପର୍ଦ୍ଦାଫାସ କରୁଛନ୍ତି, ସେମାନଙ୍କୁ ହତ୍ୟା କରାଯାଉଛିଦୁର୍ନୀତିକୁ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରରୋଚନାରେ ଅନ୍ୟ ଦଳର କର୍ମୀଙ୍କୁ ହତ୍ୟା କରାଯାଉଛିଏଣୁ ଏହାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ପ୍ରତାପ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି

- Advertisement -

ଏହି ଅବସରରେ ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲାଏଥିରେ ବିଜେପି ନେତା କାହ୍ନୁ ଚରଣ ପତି, ପ୍ରଭାତ କିରଣ ଷଡଙ୍ଗୀ, କିରଣ ସାହୁ, ମଧୁସୂଦନ ସାହୁ, ଟିକିନା ମହାନ୍ତି, ସୁନିଲ କୁମାର ସାହୁ, ଶରତ କୁମାର ନାୟକ, ଭାବଗ୍ରାହୀ ପାଳ, ନମିତା ପଣ୍ଡା, ରାକେଶ ସାବତ, ବିକାଶ ପାଣିଗ୍ରାହୀ, ଶିବ ଶଙ୍କର ଶତପଥୀଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories