www.samajalive.in
Saturday, December 6, 2025
14.1 C
Bhubaneswar

ନୂଆ କୃଷି ଆଇନକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

 ନବରଙ୍ଗପୁର :  ନୂଆ କୃଷି ଆଇନକୁ ନେଇ ଚାଷୀଙ୍କୁ ସଚେତନତା କରିବାକୁ ବିଜେପିର ପ୍ରୟାସ ଜାରି ରହିଛି  l ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ବିଜେପି ଭବନରେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ଏଥିରେ ବିଜେପି ରାଜ୍ୟ ଉପସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ବିଜେପି  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଓ  ବିଜେପି ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ ଯୋଗ ଦେଇ ଏସମ୍ବନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ l
ନୂଆ କୃଷି ଆଇନକୁ ନେଇ କଂଗ୍ରେସ ରାଜନୀତି କରୁଥିବା ସହ ପୂର୍ବରୁ ଯେମିତି ଏମଏସପି  ରହିଥିଲା ବର୍ତମାନ ମଧ୍ୟ ସେହି ମଏସପି ରହିଛି ଓ ଏହି ଆଇନ ଯୋଗୁଁ ଚାଷୀ ଲାଭବାନ ହେବେ ବୋଲି ପୂର୍ବତନ ସାଂସଦ କହିଥିଲେ l ଏହି ଆଇନ ଯୋଗୁଁ ଚାଷୀ ସ୍ଵାଚ୍ଛନ୍ଦ୍ୟରେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଯେକୌଣସି ସମୟ ପର୍ଯ୍ୟନ୍ତ ରଖିପାରି ଉଚିତ ମୂଲ୍ୟ ଆସିଲେ ଏମଏସପି ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ଯେକୌଣସି ଜାଗାରେ ବିକିପାରିବେ l ଏହି ନିୟମକୁ ନେଇ  ଦକ୍ଷିଣ ଓଡ଼ିଶାର ଚାଷୀ ମାନଙ୍କୁ ସଚେତନ କରିବାକୁ ଆଗାମୀ ୨୭ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ସମାବେଶ ବିଜେପି ଆୟୋଜନ କରିବ। ଯେଉଁଥିରେ ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା, ମାଲକାନଗିରିର ଚାଷୀମାନେ ଯୋଗ ଦେବାର ସ୍ଥିର କରାଯାଇଥିବା ବଳଭଦ୍ର ମାଝୀ କହିଛନ୍ତି  l

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories