www.samajalive.in
Monday, December 15, 2025
26.1 C
Bhubaneswar

ଲୋକସଭାର ଅସ୍ଥାୟୀ ବାଚସ୍ପତି ହେଲେ ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବିଜେପି ସାଂସଦ ଡ. ବୀରେନ୍ଦ୍ର କୁମାର ଖାଟକେଙ୍କୁ ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଚୟନ କରାଯାଇଛି। ୬୫ ବର୍ଷିୟ ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକାମଗଡ଼ ଲୋକସଭା ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଅସ୍ଥାୟୀ ବାଚସ୍ପତି ଭାବେ ସେ ଲୋକସଭାର ପ୍ରଥମ ବୈଠକର ଅଧ୍ୟକ୍ଷତା କରିବେ ଓ ସବୁ ସାଂସଦଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ।
ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍‍ ୧୭ରୁ ଆରମ୍ଭ ହୋଇ ଜୁନ ୨୬ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଜୁନ ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ। ଏହି ଅବସରରେ ଅସ୍ଥାୟୀ ବାଚସ୍ପତି ଭାବେ ବୀରେନ୍ଦ୍ର କୁମାର ଲୋକସଭା ବାଚସ୍ପତି ନିର୍ବାଚନର ଦତାରଖ କରିବେ। ଜୁନ୍‍ ୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବେ।
ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବୀରେନ୍ଦ୍ର କୁମାର ମହିଳା ଏବଂ ଶିଶୁ ବିକାଶର ରାଷ୍ଟ୍ର ମନ୍ତ୍ରୀ ଥିଲେ। ୧୯୯୬ରେ ସେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ କ୍ରମାଗତ ୬ଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ଲୋକସଭାରେ ବିଭିନ୍ନ କମିଟର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories