୧୦ ସାଂସଦ ଇସ୍ତଫା ପରେ ମଧ୍ୟ ବିଜେପି ସଂଖ୍ୟା ଗରିଷ୍ଠ

ଡେସ୍କ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ୧୦ ଜଣ ସାଂସଦ। ସେହି ସାଂସଦମାନେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ସେହି ୧୦ ଜଣ ସାଂସଦଙ୍କ ଇସ୍ତଫା ପରେ ଲୋକସଭାରେ ବିଜେପି ପାଇଁ ସଂଖ୍ୟା ଗରିଷ୍ଠତା ନେଇ କୌଣସି ସମସ୍ୟା ନାହିଁ। ଲୋକସଭାରେ ବିଜେପିର ୩୦୧ ଜଣ ସାଂସଦ ଥିବା ବେଳେ କଂଗ୍ରେସର ୫୦ ଓ ଡ଼ିଏମକେର ୨୪ ଜଣ ସାଂସଦ ଅଛନ୍ତି।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ।

Comments are closed.