www.samajalive.in
Friday, December 12, 2025
15.1 C
Bhubaneswar

ସପ୍ନାଙ୍କୁ ବାହା ହୁଅନ୍ତୁ ରାହୁଲ: ବିଜେପି ବିଧାୟକ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଭୋଜପୁରୀ ତଥା ହରିୟାଣା ଅଭିନେତ୍ରୀ ସପ୍ନା ଚୌଧୁରୀଙ୍କୁ ନେଇ ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ ଶସ୍ତା ମନ୍ତବ୍ୟ ବିବାଦ ସୃଷ୍ଟିକରିଛି। ସୁରେନ୍ଦ୍ର କହିଛନ୍ତି ଯେ, ସୋନିଆଙ୍କ ପରି ସପ୍ନା ସମାନ ପେସାରେ ଅଛନ୍ତି; ଉଭୟଙ୍କ ସଂସ୍କୃତି ମଧ୍ୟ ସାମନ; ତେଣୁ ରାହୁଲ ତାଙ୍କୁ ବାହା ହୋଇପଡ଼ନ୍ତୁ। ଶାଶୁ-ବୋହୂଙ୍କ ସମ୍ପର୍କ ଭଲ ରହିଲେ ରାହୁଲଙ୍କ ବୈବାହିକ ଜୀବନ ସୁଖପ୍ରଦ ହେବ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ସୁରେନ୍ଦ୍ର କହୁଥିବା ଶୁଣାଯାଉଛି ଯେ ଇଟାଲୀରେ ସୋନିଆ ଯେଉଁ ପେସାରେ ଥିଲେ ସପ୍ନା ଏବେ ସମାନ ପେସାରେ ଅଛନ୍ତି। ବାପା ରାଜୀବ ଗାନ୍ଧୀ ସୋନିଆଙ୍କୁ ନିଜର କରିନେଇଥିଲେ; ଠିକ୍‌ ସେମିତି ରାହୁଲ ସପ୍ନାଙ୍କୁ ନିଜର କରିନିଅନ୍ତୁ। ରାହୁଲ ଆଜିକାଲି ରାଜନୀତିଜ୍ଞଙ୍କ ଉପରୁ ବିଶ୍ବାସ ତୁଟାଇ ନର୍ତ୍ତକୀଙ୍କ ଉପରେ ଭରଶା ରଖୁଛନ୍ତି; କିନ୍ତୁ ଭାରତବାସୀ କେବେ ନର୍ତ୍ତକୀଙ୍କୁ ରାଜନୀତିରେ ଗ୍ରହଣ କରିବେ ନାହିଁ। ନରେନ୍ଦ୍ର ମୋଦୀଙ୍କ ପରି ଚରିତ୍ରବାନ୍‌ ଦେଶର ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଏହା ସମ୍ଭବ ହେବ ନାହିଁ। ସୁରେନ୍ଦ୍ରଙ୍କ ଏପରି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେ ଯେଉଁ ଦଳରେ ଯୋଗ ଦିଅନ୍ତୁ ନା କାହିଁକି; ଜଣଙ୍କ ପେସାକୁ ଏଭଳି ଅସମ୍ମାନ କରିବା ଓ ଅପମାନଜନକ ମନ୍ତବ୍ୟ ଦେବା ଅନୁଚିତ। ଏହା ଖୁବ୍‌ ଲଜ୍ଜାଜନକ। ସପ୍ନା ବିଜେପିରେ ଯୋଗ ଦେଇଥିଲେ କ’ଣ ସୁରେନ୍ଦ୍ର ଏଭଳି ଆକ୍ଷେପ କରିଥା’ନ୍ତେ କି ବୋଲି ପ୍ରଶ୍ନ କରାଯାଇଛି। ମହିଳାଙ୍କ ପ୍ରତି ସୁରେନ୍ଦ୍ରଙ୍କର ସାମାନ୍ୟ ସମ୍ମାନବୋଧ ନାହିଁ ବୋଲି ଅନେକ ମତ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories