www.samajalive.in
Wednesday, December 10, 2025
16.1 C
Bhubaneswar

ବିଜେପି ପକ୍ଷରୁ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ବିଷମ କଟକ ମଣ୍ଡଳସ୍ତରୀୟ ବିଜେପି ପକ୍ଷରୁ କଲ୍ୟାଣସିଂହପୁର ଜଗନ୍ନାଥ ପଡ଼ିଆଠାରେ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲାକା, ମହିଳା ମୋର୍ଚ୍ଚା ଉପସଭାନେତ୍ରି ମଇନା ଆଚାରି, କଲ୍ୟାଣସିଂହପୁର ବ୍ଲକ ସଭାପତି ଶ୍ରୀନିବାସ ଚୌଧୁରୀ, ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମଲ, ଅନସୁଚିତ ଜାତିର ମୋର୍ଚ୍ଚାର କାର୍ୟ୍ୟକାରିଣୀ ସଦସ୍ୟ ଜାଡ଼ି ବାବୁରାଓ, ଯୁବ ମୋର୍ଚ୍ଚା ସଭାପତି ଗୁଡ଼ଲ୍ଲା ସନ୍ଦୀପ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ଜ଼କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଆସନ୍ତା ନିର୍ବଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ସହ ତୃଣ ମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଏଭଳି କାର୍ୟ୍ୟକ୍ରମଗୁଡ଼ିକ ଅନୁଷ୍ଠିତ କରାଯାଉଛି । ଭୋଟରଙ୍କୁ ଆକୃଷ୍ଟ କରି କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ଗ୍ରାମାଞ୍ଚଳରେ କିଭଳି ଭାବରେ କାର୍ୟ୍ୟକାରୀ ହେବ ସେନେଇ ଭୋଟର୍ ମାନଙ୍କୁ ବୁଝାଉଛନ୍ତି । ଏହି ଵୈଠକରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଜେପି ଦଳରେ ପମଡା, ଘାଗୁଡିମାଳ, ଲୋହାରସାହି, ସ୍ଥାନୀୟ ଆଦିବାସୀ ସାହିର ପ୍ରାୟ ପଚାଷରୁ ଉର୍ଦ୍ଧ୍ୱ ଭୋଟର୍ ସାମିଲ୍ ହୋଇଛନ୍ତି। ସେମାନଙ୍କୁ ଦଳୀୟ ଉପଢୌକନ ପକାଇ ସମ୍ବର୍ଦ୍ଧନା ସହ ସ୍ବାଗତ ଜଣାଇଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories