www.samajalive.in
Monday, December 8, 2025
24.1 C
Bhubaneswar

ଗୋପବନ୍ଧୁ ଜୟନ୍ତୀ ପୂର୍ବରୁ ସୁଆଣ୍ଡୋରେ ଐତିହ୍ୟ ଗ୍ରାମ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ  ଦେଲେ ପୁରୀ ଜିଲାପାଳ

ସୁଆଣ୍ଡୋ: ନୂତନ ଓଡିଶା ଗଠନର ଶ୍ରେଷ୍ଠ ବିନ୍ଧାଣୀ ଦୀନଜନତାଙ୍କ ବନ୍ଧୁ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିରକ୍ଷା ପାଇଁ ସରକାର ସୁଆଣ୍ଡୋକୁ ଐତିହ୍ୟ ଗ୍ରାମ ଭାବେ ଗଢିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଶନିବାର ପୁରୀ ଜିଲାପାଳ ସମର୍ଥ ବର୍ମା ସୁଆଣ୍ଡୋ ପରିଦର୍ଶନରେ ଆସିଥିଲେ । ନିର୍ମାଣସ୍ଥଳ ବୁଲି ଦେଖିବା ପରେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହି ଅବସରରେ ଗୋପବନ୍ଧୁ ଜୟନ୍ତୀ ପୂର୍ବରୁ ସୁଆଣ୍ଡୋରେ ଐତିହ୍ୟ ଗ୍ରାମ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପୁରୀ ଜିଲାପାଳ ନିର୍ଦେଶ  ଦେଇଥିଲେ। ଐତିହ୍ୟ ଗ୍ରାମରେ ସଂଗ୍ରହାଳୟ ଓ ପୋଖରୀ ଖନନ ସହ ଜଳଫୁଆରା କରାଯିବ। ପରିବାର ସଦସ୍ୟଙ୍କ ପାଇଁ ପାଞ୍ଚଟି ଘର ନିର୍ମାଣ ସରିଛି । ଗୋପବନ୍ଧୁଙ୍କ କୂଳଦେବତା ରାଧାବିନୋଦ ବିହାରୀ ଦେବଙ୍କ ପାଇଁ ତୋଳା ଯାଇଥିବା ଗୃହର ଯାହା ମୌଳିକ ସୁବିଧା ଯୋଗାଇବାକୁ ଏଡିଏମ ପ୍ରଦୀପ୍ତ କୁମାର ସାହୁଙ୍କୁ କହିଥିଲେ । ବ୍ରିଜ ନିକଟରୁ କେନାଲବନ୍ଧ ରାସ୍ତା ତୁରନ୍ତ ସାରିବାକୁ ରାସ୍ତା ଓ ଗୃହନିର୍ମାଣ ଅଧିକାରୀଙ୍କୁ କଡା ନିର୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ବିଡିଓ ସଂସ୍କୃତି ଅଧିକାରୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଓବିସିସି ଦ୍ବାରା ନିର୍ମାଣ କାମ ଗୁଡ଼ିକ ଅକ୍ଟୋବର ୯ ତାରିଖ ସୁଦ୍ଧା ସାରିବାପାଇଁ ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢିଙ୍କୁ କରିଥିଲେ । ଗ୍ରାମ ଠାକୁରଙ୍କ ମନ୍ଦିର ନିର୍ମାଣ ଏକ ବର୍ଷ ଲାଗିବ ବୋଲି ଜଣାପଡ଼ିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories