www.samajalive.in
Saturday, December 13, 2025
26.1 C
Bhubaneswar

କେନାଲରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ପିପିଲି:ପିପିଲି ଦେଇ ଯାଇଥିବା କଣାସ ମୁଖ୍ୟ କେନାଲରୁ ଭାସମାନ ଅବସ୍ଥାରେ ବାଳକାଟି ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ମୃତଦେହକୁ ପିପିଲି ପୁଲିସ ଶନିବାର ଜବତ କରିଛି। ମୃତକଙ୍କ ନାମ ଲକ୍ଷ୍ମୀଧର ସାହୁ(୫୭) ଓ ତାଙ୍କ ଘର ନିକଟବର୍ତ୍ତି ବାଳକାଟି ଫାଣ୍ଡି ଅନ୍ତର୍ଗତ ନୂଆପାଟଣା ତଳସାହିରେ ହୋଇଥିବା ବେଳେ ବାଳକାଟି ବଜାରରେ ତାଙ୍କର ମୃଦୁ ଥଣ୍ଡାପାନୀୟ ହୋଲ୍‍ସେଲିଂ ଦୋକାନ ଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାଇ, ଦୟାନଦୀର ବାମପାର୍ଶ୍ବରେ ଯାଇଥିବା କଣାସ ମୁଖ୍ୟ କେନାଲରେ ଶନିବାର ସକାଳେ ଏକ ମୃତଦେହ ପମସରା, ଗୋବର୍ଦ୍ଧନପୁର, ଓରକଳ, ଉଜାଣିପଡା ଗ୍ରାମ ଦେଇ ଭାସି ଭାସି ଯାଉଥିବା ସଂପର୍କରେ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଅଠରଭଗା ସ୍କୁଲ ନିକଟରୁ କେନାଲ ଜଳ ମଧ୍ୟରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ମୃତଦେହକୁ ଉଦ୍ଧାର କରିବା ସହ ପିପିଲି ଡାକ୍ତରଖାନାକୁ ଆଣିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ମୃତକଙ୍କ ନାମ ଲକ୍ଷ୍ମୀଧର ସାହୁ ଓ ତାଙ୍କ ଘର ବାଳକାଟି ନୂଆପାଟଣା ତଳସାହିରେ ହୋଇଥିବା ବେଳେ ସେ ଗତକାଲି ସନ୍ଧ୍ୟାରୁ ଘରୁ ନିଖୋଜ ରହିଥିବା ସଂପର୍କରେ ତାଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

 

- Advertisement -

ପରିବାର ସଦସ୍ୟଙ୍କ ସମେତ ତାଙ୍କ ସାଙ୍ଗମାନେ ରାତିସାରା ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କେନାଲରେ ମୃତଦେହ ଭାସୁଥିବା ସଂପର୍କରେ ସକାଳୁ ଖବର ପାଇ ସେମାନେ ଘଟଣାସ୍ଥଳକୁ ଆସିଥିବା ସଂପର୍କରେ ତାଙ୍କ ପୁତୁରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତଶରୀରର କେତେକ ସ୍ଥାନରେ ଆଘାତ ଚିହ୍ନ ରହିଥିବା ବେଳେ ଏନେଇ ପିପିଲି ପୁଲିସରେ ଏକ ଅପମୃତ୍ୟୁୂ ମାମଲା ରୁଜୁ ହୋଇଛି। ପଞ୍ଚାନାମା ପରେ ମୃତଦେହର ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ତେବେ ଏହି ବ୍ୟବସାୟୀଙ୍କ ମୃତ୍ୟୁ ପଛରେ କଣ କାରଣ ଥାଇପାରେ ସେ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories