ସୁସ୍ଥ ରହିବା ପାଇଁ ନିୟମିତ ଆପଣାନ୍ତୁ ଏହି ଉପାୟ

ସକାଳେ ଉଠି ସର୍ବପ୍ରଥମେ ଏକ କପ ସତେଜ ପୁଦିନାପତ୍ରର ଚା’ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ପାଚତନ୍ତ୍ର ଓ ରୋଗ ପ୍ରତିରୋଧକ କ୍ଷମତାକୁ ସଠିକ ରଖିଥାଏ। ଏହାକୁ ସେବନ କରିବା ଦ୍ୱାରା ଦିନଯାକ ସତେଜ ଅନୁଭବ କରନ୍ତି।
ଲେମ୍ବୁ ପାଣିକୁ ସାଧାରଣ ଭାବେ ମଧ୍ୟ ଶକ୍ତି ପ୍ରଦାନ କରୁଥିବା ପାନୀୟ ବୋଲି କୁହାଯାଏ। ସକାଳୁ ସକାଳୁ ଅଳ୍ପ ଉଷୁମ ପାଣିରେ ଲେମ୍ବୁରସ ମିଶାଇ ପିଇବା ଦ୍ୱାରା ଶରୀର ପାଇଁ ବେଶ ସ୍ୱାସ୍ଥ୍ୟକର। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।
ସକାଳୁ ସକାଳୁ ଗ୍ରୀନ ଟିର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିଥାଆନ୍ତି। ତେଣୁ ସକାଳୁ ଗ୍ରୀନ ଟିର ସେବନ ବେଶ ହିତକାରକ।
ପଇଡ ପାଣି ମଧ୍ୟ ଶକ୍ତି ପ୍ରଦାନ କରୁଥିବା ପାନୀୟ ବୋଲି କୁହାଯାଏ। ସକାଳୁ ସକାଳୁ ଏହାକୁ ସେବନ କରିବା ଦ୍ୱାରା ଦିନ ଯାକ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଦିନଯାକ ସତେଜ ଅନୁଭବ ହୋଇଥାଏ।
ରସୁଣ –
ରସୁଣ ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଇନଫ୍ଲେମେଟ୍ରୀ, ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ବିଭିନ୍ନ ବ୍ୟାକ୍ଟେରିଆ ସଂକ୍ରମଣକୁ ଶରୀରରୁ ଦୂରେଇ ରଖେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ହଳଦୀ ଖିର –
ଆୟୁର୍ବେଦରେ ହଳଦୀକୁ ଔଷଧ ରୂପେ ବ୍ୟବହାର କରାଯାଏ। ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୂରେଇ ରଖେ। ହଳଦୀକୁ ଖିରରେ ମିଶାଇ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ଗୁଣ ରହିଛି।
କିସମିସ –
କିସମିସର ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ରାତିସାରା କିସମିସକକୁ ପାଣିରେ ବତୁରାଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ମହୁ –
ମହୁରେ ଆଣ୍ଟି-ଅକ୍ସିଡ଼ାଣ୍ଟ ପ୍ରଚୁର ମାତ୍ରାରେ ରହିଛି। ଏହା ଥଣ୍ଡାକୁ ଶରୀରରୁ ଦୂରେଇ ରଖେ।
ଗୁଡ –
ଗୁଡ ଶରୀରକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ପୋଷକ ତତ୍ତ୍ୱ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

Comments are closed.