କଲକାତା : ପଶ୍ଚିମବଙ୍ଗରେ ‘ଜୟ ଶ୍ରୀ ରାମ’ ନାରାକୁ ନେଇ ବିବାଦ ତେଜିବାରେ ଲାଗିଛି। ଜୟ ଶ୍ରୀ ରାମ ନାରା ଲଗାଇ ଲୋକମାନେ ଟିଏମ୍ସି ନେତ୍ରୀ ମମତା ବାନାର୍ଜୀଙ୍କୁ ଚିଡ଼ାଉଛନ୍ତି। ଏପରିକି ନାରା ଲଗାଇଥିବା କେତେକ ଲୋକଙ୍କୁ ମମତା ଗିରଫ କରିଥିଲେ। ଏହା ମଧ୍ୟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ବଙ୍ଗଳା ଭାଷାରେ ଅନୁବାଦିତ ଭଗବାନ ରାମଙ୍କ ଜୀବନୀ ଆଧାରିତ ‘ରାମଚରିତମାନସ’ ପୁସ୍ତକ ପଠାଇଛନ୍ତି।
ଉପାଧ୍ୟାୟ କହିଛନ୍ତି ଯେ ମମତା ଏହାକୁ ଭଲ କି ପଢନ୍ତୁ ଓ ବୁଝନ୍ତୁ। କିଛି ବୁଝିନପାରିଲେ ମୋତେ ଫୋନ୍ କରନ୍ତୁ। ସେ କହିଛନ୍ତି ଯେ ଭଗବାନ ରାମ ଭାରତର ପ୍ରାଣ ଅଟନ୍ତି। ତାଙ୍କୁ ବୁଝିବା ବିନା ଭାରତୀୟତାକୁ ବୁଝି ହେବନାହିଁ। ତେଣୁ ସେ ମମତା ବାନାର୍ଜୀଙ୍କୁ ରାମଚରିତମାନସ ପଠାଇଛନ୍ତି। ଅନ୍ୟ କେତେକ ଲୋକ ମମତା ବାନାର୍ଜୀଙ୍କୁ ଜୟ ଶ୍ରୀ ରାମ ଲେଖା ପୋଷ୍ଟକାର୍ଡ ପଠାଇବା ଆରମ୍ଭ କରିଛନ୍ତି।
ମମତା ବାନାର୍ଜୀଙ୍କ ନିକଟକୁ ରାମଚରିତମାନସ ପଠାଇଲେ ବିଜେପି ନେତା, କହିଲେ ବୁଝିନପାରିଲେ ଫୋନ କରନ୍ତୁ
Popular Categories



