www.samajalive.in
Saturday, December 6, 2025
19.1 C
Bhubaneswar

ସଚିବାଳୟରେ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚାର ଉଦ୍ୟମ

ଭୁବନେଶ୍ବର : ସଚିବାଳୟ ମଧ୍ୟକୁ ପ୍ରବେଶ କରିବାକୁ ଗୁରୁବାର ବିଜେପି କୃଷକ ମୋର୍ଚ୍ଚା ଉଦ୍ୟମ କରିଛି। ସୂଚନା ଅନୁସାରେ, ଧାନମଣ୍ଡି ସମସ୍ୟାକୁ ନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମନ୍ତବ୍ୟ ପ୍ରତିବାଦରେ କୃଷକ ମୋର୍ଚ୍ଚା ଧସେଇ ପଶିବାକୁ ଉଦ୍ୟମ କରିଛି। ତେବେ ମନ୍ତ୍ରୀଙ୍କୁ ପ୍ରମାଣ ଦେବାକୁ ଆସିଥିବା ବିଜେପି କର୍ମୀ କହିଛନ୍ତି। ଏହି ସମୟରେ ଗେଟ୍ ନିକଟରେ ସୁରକ୍ଷା କର୍ମୀ ଓ କୃଷକ ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଧସ୍ତାଧସ୍ତି ପରେ ବିଜେପି କୃଷକ ମୋର୍ଚ୍ଚା କର୍ମାଙ୍କୁ ପୁଲିସ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ଧାନମଣ୍ଡି ସମସ୍ୟାରେ କୃଷକଙ୍କ ଅଭିଯୋଗ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ‘‘ସମସ୍ତ କୃଷକଙ୍କ ବ୍ୟାଙ୍କ୍ ଖାତାକୁ ଉଚିତ୍ ମୂଲ୍ୟ ଅର୍ଥାତ୍ କ୍ବିଣ୍ଟାଲ୍ ପିଛା ୧୭୫୦ଟଙ୍କା ଯାଇଛି। କେଉଁଠି ଉଚିତ୍ ମୂଲ୍ୟ ମିଳୁନାହିଁ କୁହାଯାଉ। ଯଦି ମୁଁ କହୁଥିବା ଟଙ୍କାର ପରିମାଣରୁ କମ୍ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯାଇଥିବ ତେବେ ମୁଁ ନିଜେ ମୋ ପଦରୁ ଇସ୍ତଫା ଦେବି’’। ମନ୍ତ୍ରୀଙ୍କ ଏହି ମନ୍ତବ୍ୟର ପ୍ରତିବାଦ କରିଛି ବିଜେପି କୃଷକ ମୋର୍ଚ୍ଚା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories