www.samajalive.in
Tuesday, December 9, 2025
15.1 C
Bhubaneswar

ନବୀନ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଦଳୀୟ କର୍ମୀଙ୍କୁ ଜୁଏଲଙ୍କ ଆହ୍ୱାନ

ଖଡିଆଳ : ରାଜ୍ୟର ନବୀନ ପଟ୍ଟନାୟକ ସରକାର ବର୍ତ୍ତମାନ ଏକ ସ୍ଥାଣୁ ସରକାର ପାଲଟିଯାଇଛି। ଦୀର୍ଘ ୧୯ ବର୍ଷ ଶାସନ ଗାଦିରେ ରହିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ନେତା ମାନେ ଦୁର୍ନିତିରେ ବୁଡି ରହିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ନିଜ ନାମରେ କରି ବାହାବା ନେଉଛନ୍ତି। ଏଣୁ ନବୀନ ସରକାରଙ୍କୁ ୨୦୧୯ ନିର୍ବାଚନରେ ବିଦା କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିବା ପାଇଁ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଖଡିଆଳଠାରେ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଶ୍ରୀ ଓରାମ ଏହା କହିଛନ୍ତି।
କେନ୍ଦ୍ର ସରକାର ବର୍ତ୍ତମାନ ଅନେକ ଯୋଜନା କରିଥିବା ବେଳେ ଦେଶରେ ୧୨ କୋଟି ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇଛନ୍ତି। ୬ କୋଟି ଲୋକଙ୍କୁ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସ ଯୋଗାଇ ଦେଇଥିବା ବେଳେ ଆହୁରି ୨ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶ ସାରା ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଓଡିଶାର ବିଜେଡି ସରକାର ରାଜନୈତିକ କାରଣରୁ ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରୁନାହାନ୍ତି। ଯାହା ଫଳରେ ରାଜ୍ୟରେ ସାଢେ ଚାରି କୋଟି ଲୋକେ ଏହି ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଶ୍ରୀ ଓରାମ କହିଛନ୍ତି। ଆମେ ସ୍ୱାମୀନାଥନଙ୍କ ରିପୋର୍ଟ ଲାଗୁ କରି ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କ ପାସବୁକରେ ବର୍ଷକୁ ୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଛୁ। ଯାହାଫଳରେ ଚାଷୀ ମାନେ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ। କିନ୍ତୁ ରାଜ୍ୟ ସରକାର ରାଜ୍ୟକୁ ଋଣଗ୍ରସ୍ତ କରାଇ ବାହାବାହା ନେଉଛନ୍ତି।
ତେଣୁ ନବୀନ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଖଡିଆଳ ବିକାଶ ମଞ୍ଚ ଆବାହକ ତପନ ରଞ୍ଜନ ଦାଶ ଓ ଅଜିତ ପଣ୍ଡାଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଠାରୁ କୋକସରା ଭାୟା ଖଡିଆଳ ଦେଇ ୧୧୦ କିଲୋମିଟର ରେଳ ଲାଇନକୁ ଶିଘ୍ର ଆରମ୍ଭ କରିବା ପାଇଁ ଏକଦାବୀ ପତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ପହରିଆ ମାନଙ୍କୁ ଶୀଘ୍ର ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ଇନ୍ଦ୍ର ପହରିଆଙ୍କ ନେତୃତ୍ୱରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ଓରାମଙ୍କ ସମେତ ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ନୂଆପଡା ଜିଲା କୃଷକ ମୋର୍ଚ୍ଚା ସଭପତି ସଂଜୟ ତିୱାରୀ, ବିଜେପି ବରିଷ୍ଠ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ପୃଥିରାଜ ମହାନ୍ତି, ବଣ୍ଟି ଅ୍‍ଗ୍ରୱାଲ, ବିକାଶ ସିଙ୍ଘଲ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories