www.samajalive.in
Saturday, December 6, 2025
23.1 C
Bhubaneswar

ବୁଢ଼ୀ ଠାକୁରାଣୀ ମନ୍ଦିର ଉନ୍ନତିକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ଉନ୍ନତିକରଣ ସହ ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି କରିଛି ଭାରତୀୟ ଜନତା ପାର୍ଟି। ବୁଧବାର ଏନେଇ ଦଳ ତରଫରୁ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଦଳ ତରଫରୁ କୁହାଯାଇଛି ଯେ, ବ୍ରହ୍ମପୁର ସହର ଗଂଜାମ ଜିଲା ତଥା ଦକ୍ଷିଣ ଓଡିଶାର ଏକ ପ୍ରମୁଖ ସହର। ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟର ମୁଖ୍ୟ ପେଣ୍ଠସ୍ଥଳୀ। ମାଲକାନଗିିରି ଠାରୁ ପୁରୀ, ନୟାଗଡ, ଖୋର୍ଦ୍ଧା ସୀମାବର୍ତୀ ଅଞ୍ଚଳ ପର୍ୟ୍ୟନ୍ତ ବସବାସ କରୁଥିବା ଲୋକମାନେ ପ୍ରତିଟି ମୁହୁର୍ତରେ ବ୍ରହ୍ମପୁର ସହର ଉପରେ ନିର୍ଭରଶୀଳ। ଓଡିଶାର କଳା, ସଂସ୍କୃତି ତଥା ଐତିହ୍ୟ କ୍ଷେତ୍ରରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲାର ସ୍ୱାତନ୍ତ୍ର୍ୟତା ରହିଛି। ଆରାଧ୍ୟା ଦେବୀ ମାଁ ବୁଢ଼ୀ ଠାକୁରାଣୀ ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲାବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଅଟନ୍ତି। କୌଣସି ଅଞ୍ଚଳର ଐତିହ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ନଦେଇ ସେହି ଅଞ୍ଚଳର ବିକାଶର କଳ୍ପନା କରିବା ଅସମ୍ଭବ। ନିକଟ ଭବିଷ୍ୟତରେ ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ସମଲେଈ ମନ୍ଦିର, ବିରଜା ଭଳି ମନ୍ଦିରର ସୌନ୍ଦର୍ୟ୍ୟକରଣ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ତେବେ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତି ଅଣଦେଖା କରାଯାଇଛି । ବୁଢ଼ୀ ଠାକୁରାଣୀ ମନ୍ଦିର ଓ ଏହାର ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଏକ ମାସ ଧରି ସମଗ୍ର ସହରରେ ଯାତ୍ରା ଅୟୋଜିତ ହେଉଥିବା ବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଯେଉଁଠି ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ ପାଇଁ ଜିଲା, ରାଜ୍ୟ ଏପରିକି ଅନ୍ୟ ରାଜ୍ୟ ସହ ବିଦେଶରୁ ଭକ୍ତମାନେ ମଧ୍ୟ ଆସିଥାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଜିଲାରୁ ପ୍ରତିନିଧିତ୍ବ କରୁଛନ୍ତି । ବିଭିନ୍ନ ସଭା ସମିତିରେ ବ୍ରହ୍ମପୁର ସହରର ଉନ୍ନତି ମୋର ଦାୟୀତ୍ୱ କହି ଅଂଚଳବାସୀଙ୍କର ବିଶ୍ୱାସ ଭାଜନ ହୋଇଛନ୍ତି । କିନ୍ତୁ ବ୍ରହ୍ମପୁରବାସୀ ଜଣାଇବାକୁ ଚାହୁଁଛନ୍ତି ଯେ, ସରକାର ମାଁଙ୍କର ପୀଠର ଉନ୍ନତିକରଣ ପାଇଁ କଣ କରିଛନ୍ତି । ଓଡିଶାର ବିଭିନ୍ନ ପୀଠର ଉନ୍ନତିକରଣ ପାଇଁ ସରକାର ବିଭିନ୍ନ ସମୟରେ ପଦକ୍ଷେପ ନେଇଥିବା ବେଳେ ଅତି ଦୁଃଖ ଓ ବିଡମ୍ବନାର ବିଷୟ ଯେ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରକୁ ଅବହେଳା କରାଯାଉଛି ।

- Advertisement -

ଏଣୁ ରାଜ୍ୟରେ ଅନ୍ୟାନ୍ୟ ମନ୍ଦିରଗୁଡିକୁ ଯେଉଁଭଳି ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରାଯାଇଛି, ସେହିଭଳି ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ଉନ୍ନତି ସକାଶେ ରାଜ୍ୟ ସରକାର ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ। ମନ୍ଦିର ବିକାଶ ଓ ସୁପରିଚାଳନା ପାଇଁ ମାଁ ତାରାତାରିଣୀ ମନ୍ଦିରର ପରିଚାଳନା କମିଟି ଢ଼ାଞ୍ଚାରେ ଏକ ପରିଚାଳନା କମିଟି ଗଠନ ସହ ଯାବତୀୟ ବ୍ୟବସ୍ଥା ସରକାରୀ ସ୍ଥରରେ ଗ୍ରହଣ କରାଯାଉ। ମାଁଙ୍କ ବିଭିନ୍ନ ପରମ୍ପରା ସଂପର୍କୀତ ବିଷୟଗୁଡିକର ବହୁଳ ପ୍ରଚାର ପ୍ରସାର ସରକାରୀ ସ୍ଥରରେ କରାଯାଉ। ଜିଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ବିଶ୍ରାମ ଗୃହ ତଥା ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଉ। ମନ୍ଦିର ପୁର୍ନରୁଦ୍ଧାର ସହ ପାରିପାର୍ଶ୍ବିକ ଭିତିଭୂମିର ବିକାଶ କରାଯାଉ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପର୍ୟ୍ୟଟନ ମାନଚିତ୍ରରେ ସ୍ଥାନୀତ କରାଯାଉ। ମନ୍ଦିର ଚର୍ତୁପାର୍ଶ୍ବରେ ଥିବା ବ୍ୟବସାୟୀ ଓ ବ୍ୟବସାୟ କେନ୍ଦ୍ର ଗୁଡିକର ଥଇଥାନ ବିଷୟ ଚିନ୍ତା କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଜିଲା ସଭାପତି ବିଭୂତି ଭୂଷଣ ଜେନା, ରାମ ପାତ୍ର, ଗଙ୍ଗାଧର ଶତପଥୀ, ଅନନ୍ତ ନାରାୟଣ ମହାନ୍ତି, ଶିବ ପ୍ରସାଦ ପାତ୍ର, ମଧୁସୁଦନ ସାହୁ, କିରଣ କୁମାର ସାହୁ, କମଲ କୁମାର ପାତ୍ର, ବିଜୟ ପଣ୍ଡା, ଏସ୍‌. ରାଣୀ, ଶରତ କୁମାର ସାହୁ, ସିଦ୍ଧାନ୍ତ ଗଙ୍ଗଦେବଙ୍କ ସମେତ ବହୁ ନେତା ଓ କର୍ମୀ ଏଥିରେ ଭାଗନେଇଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories