www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ବାରଶୁଣୀ ଘାଟିରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳାବାଡିଆ : ବାଙ୍ଗିରିପୋଷି ବ୍ଲକ କିଛିଦିନ ହେବ ଅଶାନ୍ତ ହୋଇ ପଡିଛି। ପୂର୍ବରୁ ଏଠାରେ ହତ୍ୟା ଘଟଣା ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା। ମାତ୍ର ଏବେ ଅଧିକାଂଶ ସମୟରେ ଏଭଳି ଘଟଣା ସବୁ ସାମ୍ନାକୁ ଆସୁଛି। ଆଜକୁ ପ୍ରାୟ ଏକ ମାସ ପୂର୍ବରୁ ମା’ ସାତପୁଟୁଳୀ ଠାକୁରାଣୀ ପୀଠରେ ୫ଜଣ ଯୁବକ ପ୍ରେମ ପାଇଁ ଆଉ ଏକ ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେହିପରି ଆଜି ଜାତୀୟ ରାଜପଥ ୪୯ ଦ୍ବାରଶୁଣୀ ଘାଟି ମା’ଙ୍କ ପୀଠରୁ ମାତ୍ର ୫୦ ମିଟର ଦୂରରେ ଥିବା ସୁରକ୍ଷା ପାଚେରୀ ବାଡ ତଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହକୁ ପ୍ରଥମେ ଜଣେ ପାଗଳ ଦେଖି ମା’ଙ୍କ ପୀଠରେ ଥିବା ଦୋକାନୀ ବନ୍ଧୁମାନଙ୍କୁ କହିଥିଲେ। ଏ ଘଟଣା ପ୍ରଚାରିତ ହେବା ପରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ, ଏଏସଆଇ ଅଶୋକ କୁମାର ଦାସଙ୍କ ସହିତ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ମହିଳା ଜଣକ ଦେଖିବାକୁ ଗୋରା, ଉଚ୍ଚତା ପ୍ରାୟ ୫ପୁଟ ୫ ଇଞ୍ଚ ରହିଛି। ବେକରେ ସୁନାହାର, କାନରେ ସୁନା କାନଫୁଲ, ନାକରେ ସୁନା ଫାସିଆ ପିନ୍ଧିଥିବା ଦେଖାଯାଇଛି। ଦେହରେ କିଛି ଅଂଶରେ ଆଘାତ ମଧ୍ୟ ରହିଛି। ମହିଳାଙ୍କୁ ନିଛାଟିଆ ସ୍ଥାନ ଦେଖି ଦୁର୍ବୃତ୍ତମାନେ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ବାରିପଦାରୁ ସାଇଣ୍ଟିଫିକ୍ ଟିମ ସହିତ ଘଟଣାସ୍ଥଳରେ ଏସଡିପିଓ କେ କେ ହରିପ୍ରସାଦ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏପଟେ ବାଙ୍ଗିରିପୋଷି ଜନ ସାଧାରଣଙ୍କ ତରଫରୁ ଆସାମୀମାନଙ୍କୁ ଧରିବା ପାଇଁ ଦାବି ହୋଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories