www.samajalive.in
Sunday, December 14, 2025
23.1 C
Bhubaneswar

ଧାନ ସଂଗ୍ରହ ଅବ୍ୟବସ୍ଥା ସୁଧାରିବାକୁ କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ନୂଆଦିଲ୍ଲୀ : ରାଜ୍ୟରେ ଧାନସଂଗ୍ରହ ଅବ୍ୟବସ୍ଥା, ଅଭାବୀ ବିକ୍ରି, କଟ୍‍ନିଛଟ୍‍ନି, ଏମଏସପି ଆଦି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେପି ସାଂସଦ ଏବଂ ଅନ୍ୟାନ୍ୟ ନେତାଗଣଙ୍କ ପ୍ରତିନିଧି ଦଳ ଅନୁରୋଧ କରିଛି। ଓଡ଼ିଶାରେ ଧାନ ସଂଗ୍ରହ ଅବ୍ୟବସ୍ଥା କାରଣରୁ ଚାଷୀଙ୍କ ଦୁର୍ଦ୍ଦଶା ବିଷୟରେ ବିଜେପି ସାଂସଦଗଣ କେନ୍ଦ୍ର ଖାଦ୍ୟ ମନ୍ତ୍ରୀଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୧୬ରେ ଅବଗତ କରାଇବା ପରେ କେନ୍ଦ୍ର ସରକାରଙ୍କ ଏକ ଟିମ ମାର୍ଚ୍ଚ ୨୧ରୁ ୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ମଣ୍ଡି ଅଞ୍ଚଳ ଗସ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ।
ସମସ୍ୟାର ସମାଧାନ ପାଇଁ ଅନୁଧ୍ୟାନକାରୀ ଦଳ କେତେକ ସୁପାରିଶ କରିଥିଲେ ମଧ୍ୟ ଓଡ଼ିଶା ସରକାର ଅଦ୍ୟାବଧି ଏସବୁ ସୁପାରିଶକୁ କାର୍ଯ୍ୟକାରୀ କରି ତୃଟି ସୁଧାରି ପାରି ନାହାନ୍ତି ବୋଲି ପ୍ରତିନିଧି ଦଳ ଦର୍ଶାଇଛି। ରାଜ୍ୟରେ ଅକ୍‍ଟୋବର ପହିଲାରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତୃଣମୂଳସ୍ତରରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ନିୟନ୍ତ୍ରିତ ବଜାର କମିଟି (ଆରଏମସି), ପ୍ରାଥମିକ କୃଷି ଋଣ ସମବାୟ ସମିତି (ପିଏସିଏସ) ଏବଂ ଧାନ ସଂଗ୍ରହ କେନ୍ଦ୍ର (ପିପିସିଏସ) କୌଣସି ପଦକ୍ଷେପ ନେଇନାହାନ୍ତି ଯଦ୍ୱାରା ଓଡ଼ିଶା ସରକାର ହିଁ ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶାର କାରଣ ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ନିରବତାକୁ ଦୁର୍ଭାଗ୍ୟଜନକ ଦର୍ଶାଇ ମହାମାରୀ ଏବଂ ସାମୁଦ୍ରିକ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀ ନିଜ ଧାନକୁ ବିକ୍ରି କରିପାରୁନାହାନ୍ତି ବୋଲି ବିଜେପି ପ୍ରତିନିଧି ଦଳ ଦର୍ଶାଇଥିଲା।
ସେହିପରି ମଣ୍ଡି ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଧାନ ସଂଗ୍ରହ ପାଇଁ ଘରୋଇ ମିଲ ମାଲିକଙ୍କ ଉପରେ ଅତ୍ୟାଧିକ ନିର୍ଭରଶୀଳତା ଯୋଗୁଁ ଚାଷୀଙ୍କ ଟୋକନ ଅବଧି ଶେଷ ହେବା ଭଳି ସମସ୍ୟା ଦେଖାଯାଉଛି। ଫଳରେ ଚାଷୀ ନିଜର କଷ୍ଟୋପାର୍ଜିତ ଶସ୍ୟ ବିକ୍ରି କରିବାରେ ସକ୍ଷମ ହୋଇପାରୁନାହିଁ। ଯଦ୍ୱାରା ରାଜ୍ୟରେ ଅଭାବୀ ବିକ୍ରି ସମସ୍ୟା ସୃଷ୍ଟି ହେଉଛି। ମହାମାରୀ ଏବଂ ସାମୁଦ୍ରିକ ବାତ୍ୟା ପ୍ରଭାବ ଜନିତ ଫସଲ ନଷ୍ଟ ସମୟରେ ମଧ୍ୟ ଚାଷୀ ନିଜର ଫସଲ ବିକ୍ରି କରିନପାରିବା ଘଟଣା ସମସ୍ୟାକୁ ଅଧିକ ଜଟିଳ କରୁଛି। ରାଜ୍ୟରେ ଧାନ ସଂଗ୍ରହରେ ଅବବ୍ୟସ୍ଥା ଏବଂ ଜାଲିଆତି ସମସ୍ୟାର ନିରକରଣ ପାଇଁ ଖୋଦ୍‍ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ହସ୍ତକ୍ଷେପ କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ପାଇଁ କେନ୍ଦ୍ରୀୟ ଟିମର ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମାମଲା ବ୍ୟାପାର ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କୁ ସ୍ପଷ୍ଟ ନିର୍ଦେଶ ଦେବାକୁ ବିଜେପି ପ୍ରତିନିଧି ଦଳ କହିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories