www.samajalive.in
Sunday, December 14, 2025
26.1 C
Bhubaneswar

୫୫ନମ୍ବର ଜାତୀୟ ରାଜପଥ ମରାମତି ଦାବି : ପ୍ରତୀକାତ୍ମକ ଧର୍ମଘଟ ଆଜି

ଭୁବନେଶ୍ବର : ୫୫ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଚାଲିଥିବାରୁ ଏଥିରେ ଗାଡି ଚଳାଚଳ ସମ୍ଭବପର ହେଉନାହିଁ । ଏହି କାର୍ଯ୍ୟ ତୁରନ୍ତ ଶେଷ କରି ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାର ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଏକାଧିକ ବାର ଆଲୋଚନା କରାଯାଇଥିଲା । ଏଥି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟସଚିବ ହସ୍ତକ୍ଷେପ କରି ଗତ ମାସ ୧୧ ତାରିଖରେ ବସ୍‌ ମାଲିକ ସଂଘକୁ ପ୍ରତିଶ୍ରୁତି ଦେଇଥିଲେ, ଆସନ୍ତାବର୍ଷ ଜୁନ୍ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ହେଲେ ଏହା ମଧ୍ୟରେ ୪୫ ଦିନ ବିତି ଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ପାରି ନ ଥିବା ପରିଲକ୍ଷିତ ହୋଇଛି। ଏହାର ପ୍ରତିବାଦରେ ଉକ୍ତ ମାର୍ଗରେ ଗୁରୁବାର ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁଗୋଳ ଏବଂ ତାଳଚେରଠାରୁ ବସ୍‌ ଚଳାଚଳକୁ ପ୍ରତୀକାତ୍ମକ ଭାବେ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ରାଜ୍ୟ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନିଆଯାଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି। ଆସନ୍ତା ୨୪ ତାରିଖରୁ ବସ୍‌ଗୁଡ଼ିକ କଳା ପତାକା ଲଗାଇ ପ୍ରତିବାଦ କରି ଡିସେମ୍ବର ୩୧ ପର୍ଯ୍ୟନ୍ତ ଚଳାଚଳ କରିବ । ନୂଆବର୍ଷରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବା ଲାଗି ସଂଘ ପକ୍ଷରୁ ଧମକ ଦିଆଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories