www.samajalive.in
Saturday, December 6, 2025
26.1 C
Bhubaneswar

ଅତିଶୀଙ୍କ ଚୌକି ପାଖରେ ଆଉ ଏକ ଖାଲି ଚୌକି; ବିଜେପି କହିଲା-ଆଦର୍ଶ ପାଳନ ନୁହେଁ, ଚାମଚାଗିରି

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅତିଶୀ ମାର୍ଲେନ ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅତିଶୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପଡ଼ିଥିବା ଚୌକିରେ ବସିଥିଲେ। ତେବେ ତାଙ୍କ ଚୌକି ବାମ ପାର୍ଶ୍ବରେ ଆଉ ଏକ ଖାଲି ଚୌକି ଦେଖିବାକୁ ମିଳିଥିଲା। ଏହି ଖାଲି ଚୌକି ବିଷୟରେ ଅତିଶୀ କହିଥିଲେ, ଏହି ଚୌକି ଅରବିନ୍ଦ କେଜ୍ରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠରେ ରହିବ। ଏହି ଚୌକି କେଜ୍ରିଓ୍ବାଲଙ୍କ ଅପେକ୍ଷାରେ ବି ରହିବ।

ତେବେ ଏହାକୁ ନେଇ ବିଜେପି ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଖରେ ଆଉ ଏକ ଖାଲି ଚୌକି ରଖାଯିବା ଆଦର୍ଶ ପାଳନ ନୁହେଁ, ବରଂ ଚାମଚାଗିରି ବୋଲି ବିଜେପି କହିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି, ଅତିଶୀ ଏଭଳି କାର୍ଯ୍ୟକରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀର ଗରିମା କ୍ଷୁଣ୍ଣ କରିବା ସହିତ ଦିଲ୍ଲୀବାସୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛନ୍ତି। ଏହା କୌଣସି ପ୍ରକାର ଆଦର୍ଶ ପାଳନ ନୁହେଁ, ସିଧାସଳଖ ଭାବେ ଚାମଚାଗିରି। କେଜ୍ରିଓ୍ବାଲ ଜବାବ ଦିଅନ୍ତୁ କି ସେ ଏହିପରି ଭାବେ ରିମୋଟ୍‌ କଂଟ୍ରୋଲ ଜରିଆରେ ଦିଲ୍ଲୀ ସରକାର ଚଳାଇବେ କି ବୋଲି ବୀରେନ୍ଦ୍ର ପ୍ରଶ୍ନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories