www.samajalive.in
Saturday, December 6, 2025
26.1 C
Bhubaneswar

ଭରତପୁର ଥାନାରେ ହୋମଯଜ୍ଞ କଲେ ନୂଆ ଆଇଆଇସି

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଥାନାରେ ଆଜି ହୋଇଛି ହୋମ-ଯଜ୍ଞ। ନୂଆ ଆଇଆଇସି ଭାବେ ଦୀପକ ଖଣ୍ଡାୟତ ରାୟ ଯୋଗ ଦେବା ପରେ ଥାନା ପରିସରରେ ପୂଜାପାଠ ଓ ହୋମଯଜ୍ଞ କରିଛନ୍ତି। ମାନସିକ ଶାନ୍ତି ପ୍ରତିଷ୍ଠା ପାଇଁ ଯଜ୍ଞ କରୁଥିବା ନୂଆ ଆଇଆଇସି କହିଛନ୍ତି। ଦେଢ ଘଣ୍ଟାରୁ ଅଧିକ ସମୟ ହେବ ପୂଜାପାଠ କରିବା ସହ ଥାନା ଗେଟରେ ସମ୍ମୁଖରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି। ତେବେ ଥାନା ପରିସରରେ ସିସିଟିଭ ଲଗାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି। ସେପଟେ ଭରତପୁର ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମେଜର ଓ ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାରେ ବାରଣ କରାଯାଇଛି। ସମସ୍ତ ଥାନାରେ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories