www.samajalive.in
Friday, December 12, 2025
15.1 C
Bhubaneswar

ଅମିତ ଶାହା ସ୍ୱାଇନ-ଫ୍ଲୁରେ ଆକ୍ରାନ୍ତ ; ଏମ୍ସରେ ଭର୍ତ୍ତି

ନୂଆଦିଲ୍ଳୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ’ସ୍ୱାଇନ-ଫ୍ଲୁ’ରେ ଆକ୍ରାନ୍ତ ହୋଇ ପଡିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବୁଧବାର ଅଖିଳ ଭାରତୀୟ  ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଏମ୍ସର ବରିଷ୍ଠ ଚିକିତ୍ସକ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ସ୍ୱୟଂ ଅମିତ ଶାହା ମଧ୍ୟ ’ସ୍ୱାଇନ-ଫ୍ଲୁ’ରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି।
ସେ ଟୁଇଟ​​‌ରେ ଲେଖିଛନ୍ତି ’ମୋତେ ’ସ୍ୱାଇନ-ଫ୍ଲୁ’ ହୋଇଛି, ଯାହାର ଚିକିତ୍ସା କରାଯାଉଛି। ଇଶ୍ବରଙ୍କ କୃପା ଏବଂ ଆପଣ ସମସ୍ତଙ୍କ ଭଲପାଇବା ଓ ଶୁଭକାମନା ଯୋଗୁଁ ଶୀଘ୍ର ସୁସ୍ଥ ହୋଇଯିବି।’

ବୁଧବାର ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା ଏଚ-୧ଏନ-୧(ସ୍ୱାଇନ-ଫ୍ଲୁ)ରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଥିଲେ। ପିଟିଆଇ ସୂତ୍ରରୁ ଜଣାପଡିଛି ଯେ, ଛାତିରେ ଯନ୍ତ୍ରଣା ଏବଂ ଶ୍ବାସ କ୍ରିୟାରେ କଷ୍ଟ ଅନୁଭବ କରିବାରୁ ଶ୍ରୀ ଶାହାଙ୍କୁ ଅଖିଳ ଭାରତୀୟ  ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ରାତି ୯ଟାରେ ତାଙ୍କୁ  ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ପୁରୁଣା ପ୍ରାଇଭେଟ ୱାର୍ଡରେ ଚିକିତ୍ସା କରାଯାଉଛି। ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଗଠିତ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।

- Advertisement -

ତେବେ ଆସନ୍ତା ୧୮ତାରିଖରେ ଶ୍ରୀ ଶାହାଙ୍କ ଓଡିଶା ଗସ୍ତକୁ ସ୍ଥଗିତ ରଖାଯାଇଛି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି।

 

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories