www.samajalive.in
Tuesday, December 9, 2025
19.1 C
Bhubaneswar

ବିଜେପି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ମନ୍ତ୍ରୀ

କଲମପୁର: ଶେଷ ହେଇ ଆସୁଛି ନିର୍ବାଚନ ପ୍ରଚାର ସମୟ ଅବଧି। ପ୍ରାର୍ଥୀମାନେ ନିଜର ସମସ୍ତ କଳ କୌଶଳ ବିନିଯୋଗ କରି ମତଦାତାଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପ୍ରୟାସ କରୁଛନ୍ତି। ମତଦାତାଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ ପ୍ରଚାର ଶୈଳୀ ଆପଣାଉଛନ୍ତି। ସୋମବାର କଲମପୁର ଜିଲ୍ଲା ପରିଷଦ ଜୋନ ୨ର ବିଜେପି ପ୍ରାର୍ଥିନୀ ମମତା ଗୋପାଳଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର। ଶ୍ରୀ ମେହେର ସୋମବାର କଲମପୁର ବ୍ଲକ ଅଧିନସ୍ଥ ବଙ୍କାପଲାଠାରେ ପହଞ୍ଚିବା ପରେ ପ୍ରାର୍ଥିନୀ ମମତା ଗୋପାଳ, ମଣ୍ଡଳ ସଭାପତି କମଳ ବାଗ, ବରିଷ୍ଠ ନେତା କ୍ଷିରୋଦ ନାଏକ, ଯୁବ ନେତା ସୁଜିତ ଦଣ୍ଡସେନା ପ୍ରମୁଖ ଶ୍ରୀ ମେହେରଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଶ୍ରୀ ମେହେର ପ୍ରାର୍ଥିନୀ ମମତା ଗୋପାଳଙ୍କୁ ନେଇ ରୋଡ ଶୋ’ ମାଧ୍ୟମରେ ବଙ୍କପଲା, ଦେପୁର, ଇଛାପୁର, ବାବୁକେନ୍ଦୁଗୁଡା, କଲମପୁରଠାରେ ପ୍ରଚାର କରିଥିଲେ। ନିର୍ବାଚନୀ ପଥପ୍ରାନ୍ତ ସଭାରେ ଶ୍ରୀ ମେହେର ୨୨ ବର୍ଷ ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାର ଦୁର୍ନୀତିରେ ଛାଇଯାଇଥିବା ଅଭିଯୋଗ କରିଥିଲେ। ଏହାସହ ଦିନକୁ ଦିନ ଚାଷୀ ସମସ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଅନ୍ଧ ଧୃତରାଷ୍ଟ୍ର ପାଲଟିଛନ୍ତି। ଯେଉଁଥିପାଇଁ ଫେବୃଆରୀ ମାସ ଶେଷ ହେଇ ସାରିଥିଲେ ମଧ୍ୟ ଚାଷୀ ଖରିଫ ଧାନ ବିକ୍ରି କରି ପାରିନାହିଁ। ଅଦିନିଆ ବର୍ଷାର ପ୍ରଭାବରେ ଖଳା ଓ ମଣ୍ଡିରେ ଚାଷୀଙ୍କ ଧାନ ଭିଜୁଛି। ତେଣୁ ଏହାର ସମାଧାନ ପାଇଁ ଏକମାତ୍ର ବିଜେପି କରିପାରିବ ତେଣୁ ବିଜେପି ପ୍ରାର୍ଥିନୀ ମମତା ଗୋପାଳଙ୍କୁ ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ଶ୍ରୀ ମେହେର ଅନୁରୋଧ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories