www.samajalive.in
Saturday, December 6, 2025
17.1 C
Bhubaneswar

ମୁସଲମାନଙ୍କଠାରୁ ପରିବା ନ କିଣିବାକୁ କହି ଅଡୁଆରେ ବିଜେପି ବିଧାୟକ; ଦଳ କହିଲା- ‘ବିଭାଜନକାରୀ ମନ୍ତବ୍ୟ’

ଲକ୍ଷ୍ନୌ: କରୋନା ଲକଡାଉନ ଚାଲିଥିବାବେଳେ ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେଶ ତିୱାରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୁରେଶ ମୁସଲମାନଙ୍କଠାରୁ ପରିବା ନ କିଣିବାକୁ କହି ଅଡୁଆରେ ପଡ଼ିଛନ୍ତି। ଏହି ମନ୍ତବ୍ୟ ପାଇଁ ନିଜ ଦଳ ବିଜେପି ବି ତାଙ୍କୁ ଦୂରେଇ ଦେଇଛି। ଏଭଳି ମନ୍ତବ୍ୟ ଭୁଲ ଏବଂ ‘ବିଭାଜନକାରୀ’ ବୋଲି ବିଜେପି କହିଛି। କିନ୍ତୁ ସୁରେଶ କିଛି ଭୁଲ କହି ନ ଥିବା କହିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ସମାଜବାଦୀ ପାର୍ଟି ସୁରେଶଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଛି।

ସୂଚନା ଅନୁସାରେ, ଦେୱରିଆ ଜିଲାର ବରହଜ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ସୁରେଶ ତିୱାରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସୁରେଶ ନିଜ ପାଖରେ ଉପସ୍ଥିତ ଲୋକମାନଙ୍କୁ ମୁସଲମାନଙ୍କଠାରୁ ପରିବା ନ କିଣିବାକୁ କହୁଥିବା ଦେଖିବାକୁ ମିଳିଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟି ମୁଖପାତ୍ର ଅନୁରାଗ ଭଦୌରିଆ କହିଛନ୍ତି, ଏଭଳି  ସଙ୍କଟ ସମୟରେ ବିଜେପି ବିଧାୟକ ସମାଜରେ ଘୃଣା ଭାବ ସୃଷ୍ଟି କରିବାକୁ କାମ କରୁଛନ୍ତି। ଏପରି ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି ଜେଲ୍‌ ପଠାଇଦେବା ଉଚିତ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories