www.samajalive.in
Saturday, December 6, 2025
14.1 C
Bhubaneswar

କଂଗ୍ରେସ ନିଶାଣରେ ବିଜେଡ଼ି-ବିଜେପି : କହିଲା ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ

ଭୁବନେଶ୍ୱର : ପରୀ -ପ୍ରଦୀପ-ପାଠକ ପ୍ରସଙ୍ଗରେ କଂଗ୍ରେସ ଉଭୟ ବିଜେଡ଼ି ଓ ବିଜେପିକୁ ନିଶାଣ କରିଛି । କହିଛି ଉଭୟ ଦଳ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଉଭୟ ଦଳକୁ କଟୁ ସମାଲୋଚନା କରିଛି । ଦଳୀୟ କାର୍ଯ୍ୟାଳୟରେ  ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ପିସିିସି ସଭାପତି ମାନେ ରାଜ୍ୟ ସରକାରଙ୍କୁ ପରୀ ପ୍ରସଙ୍ଗକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କ ପ୍ରତି ଅଙ୍ଗୁଳି ଉଠାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାର କହିଲେ ଯେ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ବର୍ଷର ନିରୀହ ନିଷ୍ପାପ କଳିକା ପରି ଅକାରଣରେ ଝଡ଼ି ପଡ଼ିଗଲା। ପରୀର ମୃତ୍ୟୁ ରାଜ୍ୟ ସରକାରଙ୍କ ପାଇଁ ସବୁଠାର ଏକ ଲଜ୍ଜାଜନକ ଏବଂ ଅମାନବୀୟ ଘଟଣା। ଗତ ଜୁଲାଇ ୨୩ ତାରିଖ ପର ଠାରୁ ଆଜି ପର୍ଯ୍ୟନ୍ତ ପରୀର ହତ୍ୟାକାରୀ ପାଖରେ ରାଜ୍ୟ ପୁଲିସ ପହଞ୍ଚି ନ ପାରିବ  ଏବଂ ପରୀରର ବାପାମାଙ୍କୁ ନ୍ୟାୟ ପ୍ରଦାନ ନ କରିପାରିବା ଅତ୍ୟନ୍ତ କ୍ଷୋଭର ବିଷୟ।

- Advertisement -

ସେ ପୁଣି କହିଛନ୍ତି ଯେ  ଗତ ୨ ଦଶନ୍ଧି ଧରି ଗୃହ ବିଭାଗ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି। କିନ୍ତୁ ଓଡ଼ିଶାରେ ନାରୀ ହିଂସା, ଅତ୍ୟଚାର ଏବଂ ବଳାତ୍କାର ଛୋଟ ଛୋଟ ଶିଶୁମାନଙ୍କ ନିଖୋଜ ଏବଂ ବଳାତ୍କାର ବହୁମାତ୍ରାରେ ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ଭାରତବର୍ଷର ତୃତୀୟ ବୃହତମ ରାଜ୍ୟ। ଯେଉଁଠାରେ ନାରୀ ହିଂସା ଅତ୍ୟାଚାର, ବଳାତ୍କାର ଓ ଶିଶୁମାନଙ୍କ ନିଖୋଜର ତଥ୍ୟ  ଅଧିକ ।  କିନ୍ତୁ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ରାଟ ନିରୋଭଳି ବଂଶୀବାଦନ କରିବାରେ ଲାଗିପଡ଼ିଛନ୍ତି। ପରୀ ଘଟଣାରେ କଂଗ୍ରେସ ଦଳ ପ୍ରଥମ ରାଜନୈତିକ ଦଳ ହିସାବରେ ଜୁଲାଇମାସ ୨୩ ତାରିଖ ପାଖରୁ ଆଜିପର୍ଯ୍ୟନ୍ତ ନୟାଗଡ ଜିଲ୍ଲାର ଏସ୍‍ପିଙ୍କୁ ସାକ୍ଷାତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ଯୋରଦାର କରିବା ପାଇଁ ସ୍ମାରକପତ୍ର ଦେଇଛି । । ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ସମାନ କଥା ଉଠାଇଥିଲା ଏବଂ ନୟାଗଡ଼ ଜିଲ୍ଲାରେ ଆନ୍ଦୋଳନ ମଧ୍ୟ ଚାଲୁ ରଖିଛି। ଓଡ଼ିଶା ମାନବିକ ଅଧିକାର କମିଶନରେ କେସ ଦାୟର କରାଯାଇଛି। ନୟାଗଡ଼ ଜିଲ୍ଳାର ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏ ଘଟଣାରେ ନ୍ୟାୟ ପ୍ରଦାନକୁ ତ୍ୱରିତ କରିବାପାଇଁ ଚିଠି ଲେଖାଯାଇଛି। କଂଗ୍ରେସ ଦଳ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‍କୁ ପଠାଯାଇଥିଲା ଘଟଣା ସ୍ଥଳକୁ ଯାଇ ତଥ୍ୟ ସନ୍ଧାନ କରିବାପାଇଁ। କିନ୍ତ ଗତ ବିଧାନସଭାରେ କଂଗ୍ରେସ ଦଳ ହିଁ ପରୀ ଘଟଣାକୁ ପ୍ରଥମେ ବିଧାନସଭାରେ ଆଗତ କରିଥିଲା ସେତେବେଳେ ରାଜ୍ୟର ବିରୋଧୀଦଳର ମାନ୍ୟତ ପାଇଥିବା ବିଜେପି ଦଳ ଏ ପ୍ରସଙ୍ଗ ବାବଦରେ ବିଧାନସଭାରେ ଉଠାଇ ନଥିଲେ।

କଂଗ୍ରେସ ଦଳ ପରୀ ଘଟଣାରେ ଗୃହକୁ ଅଚଳ କରି ରଖିଲା ଏବଂ ଏସଆଇଟି ଏବଂ ହାଇକୋର୍ଟର ଜଣେ ସିଂଟିଂ ଜର୍ଜଙ୍କ ତତ୍ୱାବଧାନାରେ ଏ ଘଟଣାର ଅନୁସନ୍ଧାନ କରିବା ପାଇଁ ଦାବି ରଖିଲା। ବିଜେପି କହୁଛି କଂଗ୍ରେସ ଦଳ ମ୍ୟାନେଜ ହୋଇଯାଇଛି କିନ୍ତୁ ପ୍ରକୃତ କଥା ସାରା ଓଡ଼ିଶାବାସୀ ଜାଣି ସାରିଛନ୍ତି ବିଜେପି ଏବଂ ବିଜେଡ଼ି ଏକ। ଏମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଦିନରେ କଳି, ରାତିରେ କୋଳାକୋଳି ଏହା ହେଉଛି ତାଙ୍କର ଚରିତ୍ର। ମୁଁ ରାଜ୍ୟ ବାସୀଙ୍କ ସାମନାରେ କେତେଗୁଡିଏ ତଥ୍ୟ ଉପସ୍ଥାପନ କରିବା ପାଇଁ ଚାହୁଁଛି । ବିଜେଡ଼ି ବିଜେପି ଭିତରେ ଏକ ବୁଝାମଣା ଓ ସୁବିଧାବାଦୀ ରାଜନୀତିଚାଲିଛି ବୋଲି ଚେଲ୍ଲାକୁମାର କହିଛନ୍ତି ।  ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଉଭୟ ଦଳ ରାଜ୍ୟର ମିଳିତ ଭାଗୀଦାରୀ ସରକାରର ଥିଲେ। ସେ ସରକାର ସମୟରେ ଯେଉଁ ଜମି ଦୁର୍ନୀତି, ଜଳ ଦୁର୍ନୀତି, ଡାଲି ଦୁର୍ନୀତିର କଥା ଉଠିଥିଲା ସେଗୁଡ଼ିକ ଆଜିପର୍ଯ୍ୟନ୍ତ ତାର ପର୍ଦାଫାଶ କରାଗଲା ନାହିଁ। ବିଜେପିର ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ନଥାଇ କିଭଳି ଅଶ୍ବିନୀ ବୈଷ୍ଣବ ରାଜ୍ୟ ସଭାକୁ ସାଂସଦ ହୋଇପାରିଲେ। ଏଥିରେ କିଏ ତାଙ୍କୁ ସାହାଯ୍ୟ କଲା ଏବଂ କାହିଁକି କଲା ବୋଲି ପ୍ରଶ୍ନ କରିଛନ୍ତି ଚେଲ୍ଲାକୁମାର । 

୨୦୧୪ ପାଖରୁୂ ନରେନ୍ଦ୍ର ମୋଦୀଙ୍କ ସରକାର ଯେତେ ସବୁ ଜନବିରୋଧି ଆଇନ ବିମୁଦ୍ରୀ କରଣ, ଜିଏସଟି, କୃଷକ ବିରୋଧି ଆଇନ ଏ ସବୁକୁ ସର୍ବ ପ୍ରଥମେ କିଏ ସମର୍ଥନ ଜଣାଇଛି। ରାଜ୍ୟ ସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି କାହାକୁ ସାହାଯ୍ୟ କରିଛି। ରାଜ୍ୟରେ ବହୁଚର୍ଚ୍ଚିତ ଇତିଶ୍ରୀ ଘଟଣାକୁ ସିବିଆଇ ଇନ୍‍କ୍ୱ୍ୟାରୀ କରୁଥିଲା ଏବଂ ସେଥିରୁ ଯେଉଁ ଫଳାଫଳ ମିଳିଲା ତାହା ସମସ୍ତଙ୍କୁ ଜଣା। ଇତିଶ୍ରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେତେବେଳେର ବିଜେଡ଼ିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ସିବିଆଇ ଇନ୍‍କ୍ୱାରୀ ଚାଲିଥିବା ବେଳେ ବିଜେପିରେ ମିଶିଥିଲେ ତାପରେ ସିବିଆଇ ଇନ୍‍କ୍ୱାରୀ ବାଟମାରଣା ହୋଇଗଲା। ବିଜେପିକୁ କିଭଳି ଭାବରେ ଜଣେ ଆରୋପି ରାଜନୈତିକ ବ୍ୟକ୍ତି ତାଙ୍କ ବାବଦରେ ଇନ୍‍କ୍ୱାରୀ ଚାଲିଥିଲା ବେଳେ ଆପଣ ଜାଣିଥିଲେ କିଭଳି ଆପଣଙ୍କ ଦଳରେ ସାମିଲ କଲେ, ଏହା ଆପଣଙ୍କ ଦଳର ସ୍ୱଚ୍ଛ ରାଜନୀତିର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛିକି। ରାଜ୍ୟରେ ମାଇନୋରଟି କମିଶନ ଶାସକ ବିଜେଡ଼ି ଦଳ ନୀରବ କାହିଁକି। ରାଜ୍ୟରେ ୩୬୦୦ କୋଟି ଟଙ୍କାର ଖଣି ଦୁର୍ନୀତିର ଅଭିଯୋଗ ରାଜ୍ୟ କଂଗ୍ରେସ ଆଣିଲାବେଳେ କାହିଁକି ବିଜେପି ଚୁପ। ଆଜି ଏ ରାଜ୍ୟରେ ଜଣେ  ଅଫିସର ନିଜକୁ ସର୍ବମାନ୍ୟ ବୁଲାଉଥିଲାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଅଙ୍କ ସହିତ ଖଣି କାରବାରରେ ଲିପ୍ତ ଅଛନ୍ତି କି ନାହିଁ ତାହା ବିଜେପି ସ୍ପଷ୍ଟ କରୁ ବୋଲି ଶ୍ରୀ ଚେଲ୍ଶାକୁମାର କହିବା ସହ ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟର ସମ୍ପତ୍ତିକୁ ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି । 

ପ୍ରଦେଶ କଂଗ୍ରେସ ସଭାପତି  ନିରଞନ ପଟ୍ଟନାୟକ କହିଛନ୍ତି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଅଛନ୍ତି ଗୃହବିଭାଗ ମଧ୍ୟ ତାଙ୍କ ଅଧିନରେ ଅଛି କିନ୍ତୁ ରାଜ୍ୟର ନାରୀ ତଥା ଅଳ୍ପ ବୟସ୍କା ମହିଳା ଓ ଶିଶୁମାନେ ଆଜି ଅସୁରକ୍ଷିତ। କଂଗ୍ରେସ ଦଳ ନୟାଗଡ଼ର ପରି ଘଟଣାର ତଦନ୍ତ ଏସଆଇଟି ଏବଂ ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ କରାଯିବା ପାଇଁ ଦାବି କରିଥିଲା କିନ୍ତୁ ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ କରିବା ଜିଦରେ ଅଟଳ ଥିଲେ। କଂଗ୍ରେସ ବିଧାୟକ ଦଳ ଗୃହରେ ବାରମ୍ବାର ଦାବି ଉପସ୍ଥାପନ କରିବା ଏବଂ ଅଚଳ କରିବା ପରେ ରାଜ୍ୟ ସରକାର ଏସଆଇଟି ଗଠନକୁ ମାନିଲେ । ବାଚସ୍ପତି ଗୃହ ବିଭାଗର ମନ୍ତ୍ରୀଙ୍କୁ ଉତର ରଖିବା ପାଇଁ ନିର୍ଦ୍ଦେଶ ଦେଲେ। ସରକାର ପରବର୍ତୀ ପର୍ଯ୍ୟାୟରେ କୋର୍ଟ ମନିଟର ଇନ୍‍କ୍ୱାରୀ ପାଇଁ ରାଜି ମଧ୍ୟ ହେଲେ ଏବଂ ତଦନୁସାରେ ଚିଠି ମଧ୍ୟ ଲେଖିଲେ ଏବଂ ତାହା ବିଧାନସଭାରେ ମଧ୍ୟ ଉପସ୍ଥାପିତ ହେଲା। ଏଥିରେ କିଏ କାହା ସହିତ ମ୍ୟାନେଜ ହେଲାବୋଲି ପ୍ରଶ୍ନ ଉଠାଇଛନ୍ତି। ବାଲେଶ୍ୱର ଜିଲ୍ଲା ନିଳଗିରିରେ ଗୋଟିଏ ଗରୀବ ଝିଅଟିର ମୃତ୍ୟୁ ଘଟିଲା। ଗଣମାଧ୍ୟମରୁ ଯାହା ତଥ୍ୟ ଆସିଲା ତାକୁ ବିଷ ଦିଆଯାଇଛି ଏବଂ ତା ସହିତ ଅତ୍ୟାଚାର କରାଯାଇଛି। ନୀଳଗିରିର ପୂର୍ବତନ ବିଧାୟକ ଓ ଏବର ବାଲେଶ୍ବର ସାଂସଦ କେନ୍ଦ୍ରରେ ମନ୍ତ୍ରୀ । ମାତ୍ର ସେ ଥରଟିଏ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ।  କଂଗ୍ରେସ ଦଳ ଏକ ୫ଜଣିଆ ଫ୍ୟାକ୍ଟଫାଇଣ୍ଡିଂ ଟିମ ସେ ଯାଗାକୁ ପଠାଇ ସାରିଛି ଏବଂ କଂଗ୍ରେସ ପ୍ରତିନିଧି ଦଳ ତାର ବାପା ମା’ଙ୍କ ସହିତ ଏ ବାବଦରେ ଆଲୋଚନା କରିଛନ୍ତି। ନୀଳଗିରୀ ପୁଲିସ ଏବଂ ବାଲେଶ୍ୱର ଏସ୍‍ପିଙ୍କୁ ସାକ୍ଷାତ କରି ଦୋଷୀକୁ ଶୀଘ୍ର ଧରିବା ପାଇଁ ଦାବି ଉଠାଇଛନ୍ତି। ବାଲେଶ୍ୱର ଉପନିର୍ବାଚନରେ ଭାରତୀୟ ଜନତାପାର୍ଟି ହାରିଯିବା ପରେ ନିଜର ମୁହଁକୁ ଲୁଚାଇବା ପାଇଁ ପରୀ ଘଟଣାରେ କଂଗ୍ରେସକୁ ମ୍ୟାନେଜ ହୋଇଗଲା ବୋଲି କହୁଛନ୍ତି।  ମୋର ପ୍ରଶ୍ନ ନଭେମ୍ବର ୨୭ରେ ପ୍ରଥମେ ନୟାଗଡ଼ରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କଲେ। କିନ୍ତୁ ଜୁଲାଇ ୨୩ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ କଣ କରୁଥିଲେ। ପ୍ରକୃତରେ ତାଙ୍କର ପରୀକୁ ନ୍ୟାୟ ଦେବା ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବାର ଆନ୍ତରିକତା ଇଛା ଅଛିକି ନାହିଁ ତାହା ରାଜ୍ୟବାସୀ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳର ନେତା  ନରସିଂହ ମିଶ୍ର  କହିଲେ ଯେ କଂଗ୍ରେସ ଦଳ ପରୀ ଏବଂ ପରୀର ପରିବାରକୁ ଅତିଶୀଘ୍ର ନ୍ୟାୟ ମିଳୁ, ଦୋଷୀକୁ କଠୋର ଦଣ୍ଡବିଧାନ ହେଉ ସେଥିପାଇଁ ଜଣେ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ଏସଆଇଟି ଇନ୍‍କ୍ୱାରୀ କରାଯାଉ ବୋଲି ଦାବି କରିଥିଲା ଏବଂ ସରକାର ମଧ୍ୟ ମାନିନେଇଥିଲେ। କୋର୍ଟମନିଟର ଏସଆଇଟି ଇନକ୍ୱାରୀ ଦ୍ୱାରା ଏସଆଇଟିର କୌଣସି ଅଧିକାରୀ ତଦନ୍ତ ପ୍ରକ୍ରିୟା ବାଟବଣା କରିପାରିବେ ନାହିଁ।  ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏବଂ ଅତିଶୀଘ୍ର ଦୋଷୀକୁ ଆରେଷ୍ଟ କରିବାପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ଏସଆଇଟିକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କୁହାଯାଉଛି ପରୀ ଘଟଣାରେ କଂଗ୍ରେସ ଦଳ ମ୍ୟାନେଜ ହୋଇଯାଇଛି କାରଣ ବିଜେପି ଦୁଇଟି ଡିମାଣ୍ଡ କରୁଥିଲା ସିବିଆଇ ଇନ୍‍କ୍ୱାରୀ ଏବଂ ନୟାଗଡ଼ ଜିଲା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା। ସିବିଆଇ ଓଡ଼ିଶାରେ ବହୁ ଘଟଣାରେ ତଦନ୍ତ କରୁଥିଲା। ଇତିଶ୍ରୀ ଘଟଣା, ଖଣି ଦୁର୍ନୀତି ଓ ଚିଟ୍‍ଫଣ୍ଡ ଘଟଣା ଏ ସବୁ ସତ୍ୱେ ଆଜି କୌଣସି ଘଟଣାରେ ଦୋଷୀକୁ ଦଣ୍ଡମିଳିବା ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ମିଳିଲା ନାହିଁ। ବହୁ ଚର୍ଚ୍ଚିତ ଚିଟ୍‍ଫଣ୍ଡ ଘଟଣାରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବଂ ଘର ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ବଡ଼ ବଡ଼ ଦୋଷୀ ମାନଙ୍କୁ ଧରିପାରିଲା ନାହିଁ କ୍ଷତିଗ୍ରସ୍ତକୁ ମଧ୍ୟ ନ୍ୟାୟ ମିଲିଲା ନାହିଁ। ସିବିଆଇ ଓଡ଼ିଶାକୁ ପର୍ଯ୍ୟଟକ ଭଳି ଆସନ୍ତି ଓ ଭ୍ରମଣ କରି  ଫେରିଯାଆନ୍ତି। ତେଣୁ କେଉଁ ବିଶ୍ୱାସରେ ବିଜେପି ସିବିଆଇ ତଦନ୍ତ ଦାବି କରୁଛି, ନ୍ୟାୟ ଦେବାରେ ନା ନ୍ୟାୟ ପ୍ରଦାନ ବିଳମ୍ବ କରିବାରେ ?  ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳ ସରକାରଙ୍କୁ ବାଧ୍ୟକଲା ଏସଆଇଟି ସହିତ କୋର୍ଟ ମନିଟର ଇନ୍‍କ୍ୱାରୀ। ତେଣୁ ଏଥିରୁ ସ୍ପଷ୍ଟ କିଏ କାହା ସହିତ ମ୍ୟାନେଜ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ ।  ଆଜିର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories