www.samajalive.in
Saturday, December 6, 2025
26.1 C
Bhubaneswar

କୃଷି ପରାମର୍ଶ କେନ୍ଦ୍ର ଭଗ୍ନସ୍ତୁପରେ ପରିଣତ

ବରପାଲି : ବରପାଲି ବ୍ଲକ ସତଲମା କୃଷି ଉପଶାଖା ପରାମର୍ଶ କେନ୍ଦ୍ର ବର୍ତ୍ତମାନ ଭଗ୍ନସ୍ତୁପରେ ପରିଣତ ହୋଇ ସରିଶୃପଙ୍କ ବାସ ସ୍ଥଳି ସାଜିଥିବା ସ୍ୱଷ୍ଟ ଭାବରେ ଦେଖାଯାଉଛି। ସରକାରୀ ସ୍ତରରେ କୃଷକ ମାନଙ୍କ ମାନସିକ ଓ ଆର୍ଥିକ ମାନଦଣ୍ଡକୁ ସଳଖ ରଖିବାକୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ସେହିପରି କୃଷିକାର୍ଯ୍ୟର ଉନ୍ନତିକରଣ ସକାଶେ ବିଭିନ୍ନ ସମୟରେ କୃଷି ବିଭାଗୀୟଙ୍କ କର୍ମକର୍ତ୍ତାମାନେ କର୍ମଶାଳା ମାଧ୍ୟମରେ ଉଚିତ ପରାମର୍ଶ ଓ ସଠିକ ସୂଚନା ମାନ ପ୍ରଦାନ କରି ସହାୟକ ସାଜୁଛନ୍ତି। ହେଲେ ଗତ ୧୧ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସତଲମା ଅଚଂଳର ଚାଷୀ ମାନଙ୍କ ଉଦେଶ୍ୟରେ ଖୋଲା ଯାଇଥିବା କୃଷି ପରାମର୍ଶ କେନ୍ଦ୍ରଟି ବହୁ ଦିନରୁ ବନ୍ଦ ରଖାଯିବା ସହିତ ବର୍ତ୍ତମାନ ସ୍ଥିତିରେ ମରାମତି ଉଚିତ ଦେଖରେଖ ଅଭାବରୁ ମାଟିରେ ମିଶିବାକୁ ବସିଲାଣି। ଦିନଥିଲା କେନ୍ଦ୍ରରେ କୃଷିକାର୍ଯ୍ୟର ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ତଥା ସଠିକ ପରାମର୍ଶ ବ୍ୟବସ୍ଥା ମାନ ଅଚଂଳବାସିଙ୍କୁ ଦିଆଯାଉଥିଲା। ପୁର୍ବରୁ ଅଚଂଳବାସିଙ୍କ ଚାଷବାସ କାର୍ଯ୍ୟରେ ସହାୟକ ନିମନ୍ତେ କୃଷିବିଭାଗ ପକ୍ଷରୁ ଶାଖା କାର୍ଯ୍ୟାଳୟଟି ସ୍ଥାପନ ହୋଇ ଜଣେ କୃଷି କର୍ମଚାରୀ ମଧ୍ୟ ସ୍ଥାୟୀ ଭାବରେ ରହୁଥିଲେ। ଚାଷ କାମରେ ଦେଖା ଦେଉଥିବା ବିଭିନ୍ନ ରୋଗ ପୋକ ସମସ୍ୟା, ଚାଷକାର୍ଯ୍ୟର ନୁତନ ପ୍ରଣାଳି,ରସାୟନିକ ସାର ବ୍ୟବହାର,କିଟନାଶକ ବ୍ୟବହାର,ଜମିର ଉର୍ବରତା,ପାଣିର ଆବଶ୍ୟକତା ଓ ମୃର୍ତ୍ତିକା ପରିକ୍ଷା ସହିତ ବିଭିନ୍ନ ସମସ୍ୟା ମୂଳକ ସଚେତନତା କାର୍ଯ୍ୟକ୍ରମ ମାନ ପ୍ରଦାନ କରାଯାଉଥିଲା। ଅଚଂଳର ଚାଷୀମାନେ ମଧ୍ୟ ବେଶ ଉପକୃତ ହେବା ସହିତ ଚାଷ କାର୍ଯ୍ୟରେ ଆବଶ୍ୟକ ଜ୍ଞାନ ଏବଂ ତଥ୍ୟ ଉଚିତ ସମୟରେ ଲାଭ କରି ଉପକୃତ ହେଉଥିଲେ। ଅଚାନକ ବିନା କାରଣ ଦର୍ଶାଇ ବିଭାଗୀୟ କର୍ମକର୍ତ୍ତା ମାନଙ୍କ ଅଣଦେଖା କାର୍ଯ୍ୟକଳାପ ଯୋଗୁ କେନ୍ଦ୍ରକୁ ବନ୍ଦ କରି ଦିଆଗଲା। ଧିରେଧିରେ ଚାଷିମାନେ କେନ୍ଦ୍ର ଅଭାବି ଓ ବାବୁ ମାନଙ୍କ ଖାମଖିଆଲି କାର୍ଯ୍ୟକଳାପ ସମ୍ପର୍କରେ ଜାଣିଲା ପରେ ମହଲରେ ଅସନ୍ତୋଷ ଭାବ ପରିଲକ୍ଷିତ ହୋଇଥିଲା। ପରମୁହୁର୍ତ୍ତରେ ଚାଷୀ ମାନେ କୃଷି ବିଭାଗୀୟ ଉଚ୍ଚ କର୍ମକର୍ତ୍ତାଙ୍କୁ ସମସ୍ୟା ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଦିନ ପରେ ଦିନ ହୋଇ ବର୍ଷ ପରେ ବର୍ଷ ବିତିଗଲା ହେଲେ ଆଜି ପର୍ଯ୍ୟନ୍ତ କୌଣଷି ସୁଧାର ହୋଇପାରିଲାନାହିଁ। କାର୍ଯ୍ୟାଳୟଟି ଚାରିକାନ୍ଥ ଘେରା ପାଚିରି ମଧ୍ୟରେ କାନ୍ଥ ଓ ଛପର ଭାଙ୍ଗି ରୁଜି ମାଟିରେ ମିଶିବାକୁ ବସିଲାଣି। ସେହିପରି ବଣୁଆ ଗୁଳ୍ମ ଗଛ ମଧ୍ୟରେ କେନ୍ଦ୍ରଟି ନିଜର ପୁରୁଣା ସ୍ଥିତିକୁ ଜାହିର କରୁଛି। ନାରାୟଣ କୃଷିସେବା ସମତି ସଭାପତି ଯୁବରାଜ ପୂଜାରୀଙ୍କ ସହିତ ଅଚଂଳବାସି କୃଷି ଉପଶାଖା କାର୍ଯ୍ୟାଳୟର ପୁନଃଉଦ୍ଧାର କରାଯାଉ ଏବଂ ଜଣେ ବିଜ୍ଞ କୃଷି ବଶେଷଜ୍ଞଙ୍କ ସ୍ଥାୟୀ ନିଯୁକ୍ତି ଦେବା ସହିତ କେନ୍ଦ୍ରକୁ ପୁନଃଦ୍ଧାର କରାଯାଉ ବୋଲି ଜିଲ୍ଲା କୃଷିବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories