www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ଜନିତ ଦୁର୍ଦ୍ଦଶା ପାଇଁ ବିଜେପି ଓ ମୋଦି-ଶାହା ଦାୟୀ: କଂଗ୍ରେସ

ଦେଶରେ କରୋନାଜନିତ ସ୍ଥିତି ଭୟଙ୍କର। ସଂକ୍ରମଣ ଦିନକୁ ୩ ଲକ୍ଷ ଟପିଲା ଓ ମୃତ୍ୟୁ ସଂଖ୍ୟା ୨୫୦୦ ହୋଇଛି। ରାଜ୍ୟର ସ୍ଥିତି ମଧ୍ୟ ଭୟଙ୍କର। ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ୍ ଅଧିକ। ଦିନକୁ ୫ ହଜାରରୁ ଅଧିକ ଆକ୍ରାନ୍ତ। ଦେଶରେ ଅମ୍ଳଜାନ ଅଭାବରୁ ଶତାଧିକ ରୋଗୀ ମରୁଛନ୍ତି। ଦେଶର ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଅଧିକ ଖରାପ ହେବ ଓ ବେରୋଜଗାରୀ ବଢ଼ିବ । ଏପରି ସ୍ଥିତିରେ ସରକାରରେ ଥିବା ଅହଂକାରୀ ବାହାଦୁରିଆ ଶାସକ ଶ୍ରେଣୀ ଅନ୍ତତଃ ଆତଙ୍କ ସୃଷ୍ଟି ନକରି ଚୁପ୍ ରହିବା ଉଚିତ୍ ବୋଲି ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ ମୁଖପାତ୍ର ପ୍ରଶାନ୍ତ ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦେଶର ଏହି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସେ ଦାୟୀ କରିଛନ୍ତି। ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ ଟିକାର ମୂଲ୍ୟ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଓ ପ୍ରାଇଭେଟ୍ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଭଳି ତାରତମ୍ୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଦେଶର ତିନିଜଣ ବିଶିଷ୍ଟ ଚିକିତ୍ସକ ଏମ୍‌ସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ନରେଶ ତ୍ରେହାନ୍ ଖୋଲାଖୋଲି ଭାବେ କହିଛନ୍ତି ଯେ ବ୍ୟବହୃତ ରେମ୍‌ଡେସିଭର୍ ଆଦୌ ରାମବାଣ ନୁହେଁ ବରଂ ମାସ୍କ ଓ ସାମାଜିକ ଦୂରତା ହିଁ ସଂକ୍ରମଣରୁ ରକ୍ଷାର ବଡ ବିକଳ୍ପ। ମୋଦି-ଶାହା ଏହା ଉପରେ ଗୁରୁତ୍ୱ ଦେଇ ଅନ୍ତତଃ ତାଙ୍କ ଦଳର ନେତାନେତ୍ରୀମାନଙ୍କୁ ମୁହଁରେ ମୁଖା ବାନ୍ଧିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏ ନେଇ କଂଗ୍ରେସ ୧୦ଟି ପ୍ରଶ୍ନ କରିଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories