www.samajalive.in
Saturday, December 13, 2025
23.1 C
Bhubaneswar

ଷ୍ଟାଲିନ୍‌ ଓ ସହଯୋଗୀଙ୍କ ପାଖରେ ୧.୩୪ ଲକ୍ଷ କୋଟିର କଳାଧନ

ଚେନ୍ନଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି ବିଜେପି। ବିଜେପି ପକ୍ଷରୁ ଶୁକ୍ରବାର ଡିଏମ୍‌କେ ଫାଇଲ୍ସ ନାମକ ଏକ ଭିଡିଓ ଜାରି କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଓ ତାଙ୍କର ବରିଷ୍ଠ ମନ୍ତ୍ରୀଙ୍କ ନିକଟରେ ୧.୩୪ ଲକ୍ଷ କୋଟିର କଳାଧନ ଥିବା ରାଜ୍ୟ ବିଜେପି ସଭାପତି କେ. ଅନ୍ନାମଲାଇ ଅଭ​ିଯୋଗ ଆଣିଛନ୍ତି। ଡିଏମ୍‌କେ ଫାଇଲ୍ସର ପ୍ରଥମ ଭାଗକୁ ଉନ୍ମୋଚନ କରି ଅନ୍ନାମଲାଇ କହିଥିଲେ ଡିଏମ୍‌କେ ଦଳ ଦୁର୍ନୀତିରେ ବୁଡ଼ି ରହିଛି। ଏହି ଦଳର ବରିଷ୍ଠ ନେତାଙ୍କ ନିକଟରେ ୧.୩୪ ଲକ୍ଷ କୋଟି ଟଙ୍କାର କଳାଧନ ରହିଛି। ଏହି ଦଳର ନେତାମାନେ ବେଆଇନ ଅର୍ଥ କାରବାରରେ ସଂପୃକ୍ତ। ଏ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଆଗାମୀ ଦିନରେ ଡିଏମ୍‌କେ ଫାଇଲ୍ସର ଅନ୍ୟ ଭାଗ ଜାରି କରାଯିବ। ଡିଏମ୍‌କେ ସରକାରର ଦୁର୍ନୀତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜୁନ୍‌ ପ୍ରଥମ ସପ୍ତାହରୁ ବିଜେପି ତରଫରୁ ରାଜ୍ୟବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଦୁର୍ନୀତି ବିରୋଧରେ ବିଜେପିର ଅଭିଯାନ ଜାରି ରହିଛି ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ସୂଚନାଥାଉ କି ଗତ ୪ରେ ଅନ୍ନାମଲାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସାମାଜିକ ନ୍ୟାୟ ନେଇ ଷ୍ଟାଲିନ୍‌ ଯେଉଁ ମନ୍ତବ୍ୟ ଦେଇଥ‌ିଲେ ତାହାକୁ ନେଇ ଅନ୍ନାମଲାଇ ଅସନ୍ତୁଷ୍ଟ ଥିଲେ। ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ସଂରକ୍ଷଣ ପ୍ରଦାନକୁ ଡିଏମ୍‌କେ ସରକାର ବିରୋଧ କରୁଥିବାରୁ ଷ୍ଟାଲିନ୍‌ ସାମାଜିକ ନ୍ୟାୟ ସପକ୍ଷରେ ମତ ଦେବା ଯୁକ୍ତିସଙ୍ଗତ ନୁହେଁ ବୋଲି ଅନ୍ନାମଲାଇ ଦର୍ଶାଇଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories