www.samajalive.in
Thursday, December 11, 2025
26.1 C
Bhubaneswar

ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ ବନାମ ପଞ୍ଜାବ

ଲକ୍ଷ୍ନୌ : ଶନିବାର ଚଳିତ ଆଇପିଏଲର ୨୧ତମ ମ୍ୟାଚ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ପଞ୍ଜାବ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବାବେଳେ ଲକ୍ଷ୍ନୌ କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟ ରଖିଛି। ପଞ୍ଜାବ କିଙ୍ଗ୍‌ସ ପ୍ରଥମ ଦୁଇ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସକୁ ୭ରନ ଓ ରାଜସ୍ଥାନ ରୟାଲ୍‌ସକୁ ୫ରନରେ ପରାଜିତ କରିଥିବାବେଳେ ଶେଷ ଦୁଇ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ନିକଟରୁ ୬ ୱିକେଟରେ ଓ ସନରାଇଜର୍ସ ହାଇଦରାବାଦ୍‌ ନିକଟରୁ ୮ ୱିକେଟରେ ପରାଜିତ ହୋଇଛି। ବ୍ୟାଟିଂରେ ଅଧିନାୟକ ଶିଖର ଧାୱନ ୨୩୩ରନ କରି ଶୀର୍ଷରେ ରହିଛନ୍ତି। ଧାୱନଙ୍କୁ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନଙ୍କ ସାଥ୍‌ ମିଳୁନାହିଁ। ମାଥ୍ୟୁ ସର୍ଟ, ସାହାରୁଖ ଖାନ, ପ୍ରଭସିମରନ୍‌ ସିଂହ, ଭାନୁକା ରାଜପକ୍ଷେ, ସାମ୍‌ କରନ ଥିଲେ ମଧ୍ୟ ବଡ ଇନିଂସ ଖେଳିବା​ରେ‌ ବିଫଳ ହେଉଛନ୍ତି। ସାମ କରନ, ଅର୍ଶଦୀପ୍‌ ସିଂହ, କାଗିସୋ ରାବଡା ଭଳି ଦ୍ରୁତ ବୋଲର ଓ ସ୍ପିନର ଭାବେ ରାହୁଲ ଚହର ରହିଥିଲେ ମଧ୍ୟ ଦଳ ବୋଲିଂ ସଫଳତା ପାଇପାରୁନାହିଁ। ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ ଜିତିବାକୁ ହେଲେ ଉଭୟ କ୍ଷେତ୍ରରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫୦ରନରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ନିକଟରୁ ୧୨ରନରେ ପରାଜିତ ହୋଇଥିଲା। ଦଳ ଶେଷ ଦୁଇ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଛି। ଦଳ ୩ୟ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌କୁ ୫ୱିକେଟରେ ପରାସ୍ତ କରିଥିଲା। ଶେଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ନିକୋଲାସ ପୁରନଙ୍କ ଦର୍ଶନୀୟ ଇନିଂସ ବଳରେ ୧ ୱିକେଟରେ ବିଜୟ ହାସଲ କରିଥିଲା। ବ୍ୟାଟିଂରେ ଲୋକେଶ ରାହୁଲ, କାଏଲ ମେୟର୍ସ, ଦୀପକ ହୁଡା, କ୍ରୁନାଲ ପାଣ୍ଡ୍ୟା,ନିକୋଲାସ ପୁରନ ଓ ମାର୍କୋସ ଷ୍ଟୋଇନିସ ରହିଥିବାବେଳେ ଆୟୁଷ ବଦାନି ଇମ୍ପାକ୍ଟ ଖେଳାଳି ଭାବେ ଖେଳୁଛନ୍ତି। ରାହୁଲ, ଷ୍ଟୋଇନିସ, ପୁରନ, ମେୟର୍ସ, କ୍ରୁନାଲ ମଧ୍ୟ ରନ କରୁଛନ୍ତି। ବୋଲିଂରେ ଅଭେଶ ଖାନ, ଜୟଦେବ ଉନାଦକତ୍‌, ମାର୍କ ଉଡ୍‌, ରବି ବିଷ୍ଣୋୟି,ଅମିତ ମିଶ୍ରା ପ୍ରମୁଖ ରହିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ଲକ୍ଷ୍ନୌ ସନ୍ତୁଳିତ ଦଳ ରହିଥିବାରୁ ପଞ୍ଜାବକୁ ମ୍ୟାଚ ଜିତିବା ସହଜ ହେବ ନାହିଁ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories