www.samajalive.in
Wednesday, December 10, 2025
14.1 C
Bhubaneswar

୭% ଆଇ ଫୋନ୍‌ ଉତ୍ପାଦନ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ବଢ଼ିଛି ଆପଲ୍ ଆଇଫୋନ୍‌ ଉତ୍ପାଦନ। ଦେଶ​‌ରେ ଆର୍ଥିକ ବର୍ଷ ୨୦୨୨-୨୩ରେ ଆପଲ ଆଇଫୋନ୍ ଉତ୍ପାଦନ ପ୍ରାୟ ୩ ଗୁଣା ବଢ଼ି ୭%କୁ ବୃଦ୍ଧି ପାଇଛି। ୨୦୨୧ରେ ଉତ୍ପାଦନ ମାତ୍ର ୧% ଥିଲା। କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରାୟ ୭ ବିଲିୟନ ଡଲାରର ଆଇଫୋନ୍‌ ଭାରତରେ ତିଆରି କରିଛି। ଏପ୍ରିଲ୍‌ ୨୦୨୨ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ଭାରତରୁ ୫ ବିଲିୟନ ଡଲାର ଅର୍ଥାତ୍‌ ୪୦ ହଜାର କୋଟି ଟଙ୍କାରୁ ଅଧିକ ଆଇଫୋନ୍‌ ରପ୍ତାନି ହୋଇଛି। ଆଉ ୫ ବିଲିୟନ ଡଲାର ରପ୍ତାନିକୁ ପାର୍‌ କରିବାରେ ମଧ୍ୟ ଆପଲ ଆଇଫୋନ୍‌ ପ୍ରଥମ ବ୍ରାଣ୍ଡ୍‌ ହୋଇଛି। ଦେଶରେ କେବଳ ଆଇଫୋନ୍‌ ନୁହେଁ ବରଂ ଆପଲର ଅନ୍ୟ ଉତ୍ପାଦ ମଧ୍ୟ ବୃଦ୍ଧି ହୋଇଛି। ଆମେରିକା ଏବଂ ଚୀନ୍‌ ମଧ୍ୟରେ ଜାରି ତିକ୍ତତା ଏବଂ କୋଭିଡ୍‌ ମହମାରୀ କାରଣରୁ ଉପୁଜିଥିବା ସ୍ଥିତି ଭାରତକୁ ମଧ୍ୟ ଫାଇଦା ହୋଇଛି। ଚୀନ୍‌ ପରେ ଭାରତ ଆପଲ ପାଇଁ ନୂଆ ଉତ୍ପାଦନ କେନ୍ଦ୍ର ହେବାରେ ଲାଗିଛି। ଆପଲ ୨୦୨୭ ସୁଦ୍ଧା ଏହାର ୫୦ ପ୍ରତିଶତ ଆଇଫୋନ୍‌ର ଉତ୍ପାଦନ ଭାରତ ସ୍ଥାନାନ୍ତରିତ କରିବାକୁ ଯୋଜନା କରିଛି। ଭାରତରେ ଆଇଫୋନ୍‌ର ଆସେମ୍ବଲିଂ ୨୦୧୭ରେ ଆରମ୍ଭ ହୋଇଥିଲା। ସେତେବେଳେ ୱିଷ୍ଟ୍ରନ ଭାରତରେ ପ୍ଲାଣ୍ଟ ଲଗାଇଥିଲା। ଏହାପରେ ଫକ୍ସକନ୍‌ ଏବଂ ପେଗାଟ୍ରନ୍‌ ଭଳି ଆପଲ୍‌ର ଯୋଗାଣକାରୀ ଭାବରେ ଭାରତରେ ପ୍ଲାଣ୍ଟ ଲଗାଇଛନ୍ତି। ନିକଟରେ ଫକ୍ସକନ୍‌ ଏବଂ ପେଗାଟ୍ରନ୍‌ ନୂଆ ପ୍ଲାଣ୍ଟ୍‌ ଲଗାଇବାକୁ ମଧ୍ୟ ସୂଚନା ଦେଇଛି। ଆଗାମୀ ସମୟରେ ଭାରତରୁ ଆଇଫୋନ୍‌ ରପ୍ତାନୀ ଆହୁରି ବଢ଼ିପାରେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories