www.samajalive.in
Tuesday, December 9, 2025
15.1 C
Bhubaneswar

ପଦ ପୂରଣକୁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ୱର : ରାଜ୍ୟ ସରକାରରେ ୨ଲକ୍ଷ ୨୬ହଜାରରୁ ଊର୍ଦ୍ଧ୍ବ ପଦ ଖାଲି ପଡ଼ିଛି। ଏହି ପଦରେ ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପୂରଣ ଲାଗି ବିଭିନ୍ନ ବିଭାଗ କିପରି ପ୍ରକ୍ରିୟା ଆରମ୍ଭ କରିବେ ସେନେଇମହାଯୋଜନା (ମାଷ୍ଟରପ୍ଲାନ୍) ପ୍ରଦାନ କରିବାକୁ ପତ୍ର ଲେଖିଛନ୍ତି।
ଶ୍ରୀ ଜେନା ପତ୍ରରେ ଦର୍ଶାଇଛନ୍ତି ଯେ, ଜନସାଧାରଣଙ୍କୁ ଯେଭଳି ତ୍ବରିତ ସେବା ମିଳିବ ତାକୁ ଗୁରୁତ୍ବ ଦେଇ ଖାଲିଥିବା ପଦଗୁଡ଼ିକ ପୂରଣ କରାଯିବ। ଏହାସହିତ ବିକାଶମୂଳକ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ବିଭାଗ ଖାଲିଥିବା ପଦରେ ନିଯୁକ୍ତି ଲାଗି କେଉଁ ସଂସ୍ଥାକୁ ଦାୟିତ୍ବ ଦେବେ ସେନେଇ ପୂର୍ଣ୍ଣାଙ୍ଗ ବିବରଣୀ ଦେବାକୁ ପଡ଼ିବ। ଶ୍ରୀ ଜେନା ପତ୍ରରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ସବୁ ବିଭାଗ ତା’ର ମହାଯୋଜନା ସାଧାରଣ ପ୍ରଶାସନ ବିଭାଗକୁ ଦେବାକୁ କହିଥିଲେ। ହେଲେ ସରକାରଙ୍କ ନିକଟକୁ ୫ଟି ବିଭାଗର ମହାଯୋଜନା ଆସିଛି। ସେଥିମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶିଳ୍ପ, ମିଶନ ଶକ୍ତି, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ରହିଛି। ଅଧିକାଂଶ ବିଭାଗ ଏପର୍ଯ୍ୟନ୍ତ ସରକାରଙ୍କୁ ତାଙ୍କ ନିଯୁକ୍ତି ସଂକ୍ରାନ୍ତ ଯୋଜନା ସମ୍ପର୍କରେ ଅବଗତ କରାଇ ନଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଭଳି ବିଭିନ୍ନ ସଂସ୍ଥା ଜରିଆରେ ପ୍ରଥମ ଶ୍ରେଣୀ ବର୍ଗଠାରୁ ଆରମ୍ଭ କରି ତୃତୀୟଶ୍ରେଣୀ ପାହ୍ୟାର କର୍ମଚାରୀଙ୍କ ନିଯୁକ୍ତି କରାଯିବ। ମାତ୍ର ଏଣିକି ଆଉ ଚତୁର୍ଥ ଶ୍ରେଣୀ ପାହ୍ୟା ପଦ ପୂରଣ କରାଯିବ ନାହିଁ। ଚାଳକ, ଚପରାଶି, ରାତ୍ରଜଗୁଆଳି ଓ ଝାଡ଼ୁଦାର ଭଳି ପଦଗୁଡ଼ିକ ବାହ୍ୟ ଠିକା ଜରିଆରେ (ଆଉଟସୋର୍ସିଂ) ଜରିଆରେ ପୂରଣ କରାଯିବ।
ସରକାରଙ୍କ ପକ୍ଷରୁ ବିଧାନସଭାରେ ରଖାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨ଲକ୍ଷ ୨୬ ହଜାର ୫୫୯ ପଦ ଖାଲି ପଡ଼ିଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀ ପାହ୍ୟାର ୧୨ହଜାର ୩୩୭, ଦ୍ବିତୀୟ ଶ୍ରେଣୀ ବର୍ଗର ୪୫ହଜାର ୯୬୯, ତୃତୀୟ ଶ୍ରେଣୀ ପାହ୍ୟାର ୧ଲକ୍ଷ ୧୩ହଜାର ୫୩୬ ପଦ ରହିଛି।
ଏହାସହିତ ଚତୁର୍ଥଶ୍ରେଣୀ ବର୍ଗର ୩୫ହଜାର ୯୮ ପଦ ରହିଛି। ଏଣିକି ଚତୁର୍ଥଶ୍ରେଣୀ ବର୍ଗର ଆବଶ୍ୟକ ପଦରେ ବାହ୍ୟ ଠିକା ଜରିଆରେ ନିଯୁକ୍ତି ଦିଆଯିବ। ଗୋଟିଏ ପଟେ ରାଜ୍ୟ ସରକାର ତିନୋଟି ପାହ୍ୟା ନିଯୁକ୍ତିକୁ ଗୁରୁତ୍ବ ଦେଉଥିବାବେଳେ ଚତୁର୍ଥଶ୍ରେଣୀ ବର୍ଗଙ୍କ ପ୍ରତି କାହିଁକି ଏଭଳି ନୀତି ଆପଣାଇଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories