www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ପିପିଲି : ମାହାଙ୍ଗା ବିଜେପି ନେତା ଓ ତାଙ୍କ ସମ୍ପର୍କୀୟଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ରାଜ୍ୟ ବିଜେପିର ନିଷ୍ପତ୍ତି ଅନୁଯାଇ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପିପିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପିପିଲି ବିଜେପି ଯୁବମୋର୍ଚ୍ଚା ସଭାପତି ଦେବୀପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଯୁବମୋର୍ଚ୍ଚା କର୍ମୀମାନେ ପିପିଲି ପେଟ୍ରୋଲ ଟାଙ୍କି ଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ପିପିଲି ବଜାର ପରିକ୍ରମା କରିବା ସହ ପିପିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଥିଲେ । ମନ୍ତ୍ରୀମଣ୍ଡଳରୁ ତୁରନ୍ତ ପ୍ରତାପ ଜେନାଙ୍କୁ ବହିଷ୍କାର କରିବାକୁ ମଧ୍ୟ ସେମାନେ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପିର ବରିଷ୍ଠ ନେତା ସୁକାନ୍ତ ଦାଶ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁ, ଧନେଶ୍ୱର ପ୍ରଧାନ, କୌଶଲ୍ୟାଗଙ୍ଗ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆଶିଷ ସାମନ୍ତରାୟ, ଦାଣ୍ଡମୁକୁନ୍ଦପୁର ମଣ୍ଡଳ ପୂର୍ବତନ ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ମଣ୍ଡଳ ସଭାପତି ପ୍ରଦୀପ ପାତ୍ର, ପିପିଲି-ଡେଲାଙ୍ଗ ମିଡ଼ିଆ ସେଲ ଅଧ୍ୟକ୍ଷ ଗଦାଧର ପରିଡ଼ା, ଯୁବନେତା ଦେବପ୍ରସାଦ ତ୍ରିପାଠୀ, ନିଖିଳେଶ ମିଶ୍ର, ଉମାକାନ୍ତ ଜେନା, ଅକ୍ଷୟ ବେହେରା, ବିଜୟ ବେହେରା, ବିଜୟରତ୍ନ ଜେନା, ଶ୍ୟାମସୁନ୍ଦର ପରିଡ଼ା, ରାଜେନ୍ଦ୍ର ସ୍ୱାଇଁ, ତାପସ ରଞ୍ଜନ ନାୟକ, ଅନନ୍ତ ପରିଡ଼ା ପ୍ରମୁଖ ଶତାଧିକ ଯୁବମୋର୍ଚ୍ଚା କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories