www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ; ନୂତନ କରୋନା ଷ୍ଟ୍ରେନ୍ ଯୋଗୁଁ ଏହି ପଦକ୍ଷେପ ନେଇଥିବା ସୂଚନା

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା । ମାତ୍ର ବ୍ରିଟେନରେକରୋନାଙ୍କ ନୂଆ ଷ୍ଟ୍ରେନ୍ ଯୋଗୁଁ ସେ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଏହା ସହ ଏଥିପାଇଁ ସେ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି ।

ବ୍ରିଟେନ ପ୍ରଶାସନ ସୂଚନା ଅନୁସାରେ  ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି ଏବଂ ଭାରତ ଗସ୍ତକୁ ବାତିଲ କରିଥିବାରୁ ଦୁଃଖପ୍ରକାଶ କରିଛନ୍ତି ।   ବ୍ରିଟେନରେ ନୂତନ କରୋନାଭାଇରସ୍ ସଂକ୍ରମଣର ଗତି ତୀବ୍ର ହୋଇଛି । ଏହି ସ୍ଥିତିରେ ତାଙ୍କର ବ୍ରିଟେନରେ ରହିବା ଅତ୍ୟନ୍ତ ଜରୁରୀ ବୋଲି ସେ ବିଚାର କରୁଛନ୍ତି । ଏହି ସମୟରେ ସେ ଭାରତ ଯିବା ଉଚିତ୍ ମଣୁନାହାନ୍ତି ବୋଲି ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବା ସହ ଏହି ଗସ୍ତ ବାତିଲ କରୁଥିବାରୁ ଦୁଃଖିତ ବୋଲି କହିଛନ୍ତି ।

- Advertisement -

କରୋନା ସଂକ୍ରମଣର ନୂତନ ଷ୍ଟ୍ରେନ୍ ଯୋଗୁଁ ବ୍ରିଟେନରେ ପୁଣି ଥରେ ତାଲାବନ୍ଦ ଆରମ୍ଭ ହୋଇଛି ।  ସୋମବାର ରାତିରେ ନିଜ ଦେଶବାସୀଙ୍କୁ ସମ୍ବୋଧନ କରି  କରି ବୋରିସ୍ କହିଛନ୍ତି ଯେ ଏହା ଦେଶ ପାଇଁ ଏକ କଷ୍ଟକର ସମୟ। ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପଡିବ, ସେମାନେ କେବଳ ଆବଶ୍ୟକ କାମ ପାଇଁ ଘରୁ ବାହାରି ପାରିବେ।

ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ଦୀର୍ଘ ବ୍ୟବଧାନ ପରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ଅତିଥି ହେବାକୁ ଯାଉଥିଲେ । ମାତ୍ର ତାଙ୍କ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ନୂତନ ସଂକଟ ସୃଷ୍ଟି କରିଛି । ତେଣୁ ସେ ଭାରତଗସ୍ତ ବାତିଲ କରିଛନ୍ତି । ଏହା ସତ୍ବେ ଭାରତ-ବ୍ରିଟେନ୍ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିବ ଓ ବ୍ରିଟେନର ଅସମୟରେ ଭାରତ ଦୃଢ଼ ଭାବରେ ସେମାନଙ୍କ ସହ ଠିଆ ହେବ। ଏଠାରେ ସୂଚନାଯୋଗ୍ୟ ଯେ ୧୯୯୩ ମସିହାରେ  ଶେଷ ଥର ପାଇଁ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ୍ ମେଜର ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତ ଆସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories