www.samajalive.in
Monday, December 15, 2025
26.1 C
Bhubaneswar

କଲ୍ୟାଣସିଂହପୁର(କ) ଜୋନରେ ବିଜେଡି ଦଳର ବାଜିମାତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର(କ) ଜୋନରେ ବିଜେଡି ଦଳର ବାଜିମାତ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତ ଗଣନାରେ କଲ୍ୟାଣସିଂହପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ବି ଭି ୱାରା ପ୍ରସାଦ ରାଓ ୭୬୬୮ ଭୋଟ ପାଇଥିବା ବେଳେ ନିକଟସ୍ଥ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ସମର୍ଥିତ ଆଶ୍ୱିନ କୁମାର ମହାପାତ୍ର ୬୬୪୮ ପାଇଥିଲେ । ସେଥିରୁ ୧୦୧୯ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିବା କଲ୍ୟାଣସିଂହପୁର ବ୍ଳକ ନିର୍ବାଚନ ଅଧିକାରୀ ସୁଧାକର ରଇତ, ତହସିଲଦାର ଦେବାଶିଷ କର ଘୋଷଣା କରିଛନ୍ତି । ଘୋଷଣା ପରେ ବିଜେଡି ସମର୍ଥକ, କର୍ମୀ, ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି। ବାଣ ରୋସଣି ସହ ନବ ନିର୍ବାଚିତ ଜିଲ୍ଲା ପରିଷଦ ପ୍ରାର୍ଥ ବି ୱାରା ପ୍ରସାଦ ରାଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏ ସମ୍ପର୍କରେ ବି ୱାରା ପ୍ରସାଦ ରାଓ ପ୍ରତିକ୍ରିୟାରେ ବିଜୟକୁ ଏହା ମୋ ଜଣକର ବିଜୟ ନୁହେଁ ଏ ବିଜୟ ସାଧାରଣ ଜନତାର ବିଜୟ ବୋଲି ସେ କହିଛନ୍ତି । ପୁଲିସର କଡା ସୁରକ୍ଷା ବଳୟରେ ଗଣତି କରିଥିବା ବେଳେ ଏଡିଏମ ଧର୍ମାନନ୍ଦ ବେହେରା, ସମସ୍ତ ବ୍ଲକ ଅଧିକାରୀ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ଆଜି (ଖ)ଜୋନର ୭ଟି ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ ଓ ଜିଲା ପରିଷଦ ଗଣତି ଚାଲିଥିବା ସୂଚନା ମିଳିଛି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories