www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟ ସରକାର ଦରବୃଦ୍ଧି ନିୟନ୍ତ୍ରଣ ନକଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର : ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ନିଶାଣ କରିଛି ବିଜେଡି। ସରକାର ଦରବୃଦ୍ଧି ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ୱାଦିକ ସମ୍ମିଳନୀରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ବର୍ଷିଥିଲେ। ଶ୍ରୀମତୀ ମଲ୍ଲିକ ଓ ଶ୍ରୀମତୀ ସାମନ୍ତସିଂହାର କହିଥିଲେ ଯେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି। ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ। ଚାଉଳ, ଡାଲି, ପନିପରିବା ଦର ବୃଦ୍ଧିକୁ ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ। ମନ୍ତ୍ରୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ। ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତା’ହେଲେ ଯେଉଁ ଭୋଟରେ ଜିତିଛନ୍ତି ସେ ଓଡ଼ିଶାବାସୀଙ୍କ ହିତ କଥା ଚିନ୍ତା କରନ୍ତୁ। ଦରଦାମ ହୁ ହୁ ହୋଇ ବଢୁଛି, ଆଉ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ। ସରକାରଙ୍କ ଦାୟିତ୍ୱ ହେଉଛି, ଦରଦାମ ନିୟନ୍ତ୍ରଣରେ ରଖିବା। ଯାହା ଫଳରେ ଲୋକେ ଜିନିଷ କିଣି ବ୍ୟବହାର କରିପାରିବେ। ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ। ବାହାର ରାଜ୍ୟରୁ ପରିବା ଆସୁଛି, ସେଠି ଦର ବଢୁଥିବାରୁ ଏଠି ବଢୁଛି ବୋଲି ମନ୍ତ୍ରୀ କହୁଛନ୍ତି, ଯାହାକି ସତ୍ୟ ନୁହେଁ। ବ୍ୟବସାୟୀ ସଂଘ କହୁଛି ମହଜୁଦ କରି ରଖିବା ଯୋଗୁଁ ଦର ବଢୁଛି। ଓଡ଼ିଶା ଚାଉଳ ବଳକା ରାଜ୍ୟ। ହେଲେ ଏଠି ଚାଉଳ ଦର କେମିତି ବଢୁଛି ? ଏଥିଯୋଗୁଁ ମଧ୍ୟାହ୍ନ ଭୋଜନ ବି ପ୍ରଭାବିତ ହେଉଛି। ଦରଦାମ ନିୟନ୍ତ୍ରଣକୁ ନ ଆସିଲେ ଲୋକ ବୋଝରେ ରହିବେ। ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ କ’ଣ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିନିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି ବିଜେଡି ଦାବି କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories