www.samajalive.in
Saturday, December 6, 2025
15.1 C
Bhubaneswar

ବିଜେଡିରେ ହଲ୍‌ଚଲ୍‌: ଅସନ୍ତୁଷ୍ଟଙ୍କ ପାଇଁ ମାର୍ଗ ଖୋଲିଦେଲେ ଭାସ୍କର!

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ ଓଡ଼ିଶାର ଦଳୀୟ ରାଜନୀତିରେ ବଡ଼ଧରଣର ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାରେ ଦଳକୁ ବଡ଼ ଝଟ୍‌କା ଲାଗିଛି। ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ବହୁ ଆଗଧାଡ଼ିର ନେତା ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦୀର୍ଘଦିନ ଧରି ସେମାନେ ଦଳରେ ଅସନ୍ତୁଷ୍ଟ ଥିବାବେଳେ ରାୟଗଡ଼ା ଜିଲା ସଭାପତି ନିଯୁକ୍ତି ପରେ ଏହା ବିସ୍ଫୋରକ ରୂପ ନେଇଥିଲା। ଶେଷରେ ଭାସ୍କର, ହିମିରିକାଙ୍କ ସମେତ ବହୁ ନେତା ବିଜେଡି ଛାଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ଏହି ନେତାମାନେ ଅନ୍ୟ କୌଣସି ଦଳକୁ ଯିବେନି। ‘ବିଜୁ ସ୍ବାଭିମାନ ମଞ୍ଚ’ ବ୍ୟାନରରେ ନିଜର ଜନସେବା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାର ଆବାହକ ରହିଛନ୍ତି ଭାସ୍କର। ବିଜେଡିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ମଧ୍ୟରେ ଭାସ୍କରଙ୍କ ‘ବିଜୁ ସ୍ବାଭିମାନ ମଞ୍ଚ’ ଦଳର ଅନ୍ୟ ଅସନ୍ତୁଷ୍ଟ ନେତାଙ୍କ ପାଇଁ ଏକ ନୂଆ ମାର୍ଗ ଓ ମଞ୍ଚ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି।

୨୦୨୪ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ତ୍ରୁଟି ସଂଶୋଧନ କରିବା ପରିବର୍ତ୍ତେ ନେତୃତ୍ବଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରା ଜାରି ରହିଛି। ଫଳରେ ଅସନ୍ତୋଷ ବଢ଼ିବଢ଼ି ଚାଲିଛି। ଦଳରେ ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯାଉଛି। ଦଳର କାର୍ଯ୍ୟଧାରାରେ ଅନେକ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିସାରିଛନ୍ତି। ଆହୁରି ମଧ୍ୟ କିଛି ନେତା ମୁହଁ ଖୋଲୁନଥିଲେ ବି ଭିତରେ ଭିତରେ ଅସନ୍ତୁଷ୍ଟ ରହିଛନ୍ତି। ତୃଣମୂଳସ୍ତରରେ ବିଜେଡିର ନେତାମାନେ ଦଳ ଛାଡ଼ୁଥିବାବେଳେ ଏବେ ଟାଣୁଆ ଓ ଆଗଧାଡ଼ିର ନେତା ଏହି ପ୍ରକ୍ରିୟ‌ାରେ ସାମିଲ ହୋଇଛନ୍ତି। ଦକ୍ଷିଣ ଓଡ଼ିଶାରେ ଦଳର ଚେହେରା କୁହାଯାଉଥିବା ଏନ୍‌ ଭାସ୍କର ରାଓ ଓ ହିମିରିକା ବିଜେଡି ସହ ସମ୍ପର୍କ ତୁଟାଇଛନ୍ତି। ଏବେ ଭାସ୍କରଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ଇସ୍ତଫା ପରେ ଦକ୍ଷିଣ ଓଡ଼ିଶାରେ ବିଜେଡି ନେତୃତ୍ବହୀନ ଓ ଚେହେରାହୀନ ହୋଇପଡ଼ିଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ‘ବିଜୁ ସ୍ବାଭିମାନ ମଞ୍ଚ’ ଗଠନ କରି ଭାସ୍କର ବିଜେଡିର ଅସନ୍ତୁଷ୍ଟ ନେତାଙ୍କ ପାଇଁ ଏକ ବିକଳ୍ପ ଛିଡ଼ା କରି ଦେଇଛନ୍ତି। ଅନ୍ୟମାନେ କେବଳ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଭାସ୍କର ଦୁଇପାଦ ଆଗକୁ ଯାଇ ଦଳ ଛାଡ଼ିବା ସହ ନୂଆ ମଞ୍ଚ ଗଢ଼ିଛନ୍ତି। ଆଗାମୀ ଦିନରେ ବିଜେଡିର ବହୁ ନେତା ଏହି ମଞ୍ଚରେ ଯେ ସାମିଲ ନ ହେବେ, ତାହାକୁ କେହି ଏଡ଼ାଇ ଦେଇପାରିବେନି। ଦଳର କାର୍ଯ୍ୟଧାରାକୁ ଅନେକ ନେତା ବିରୋଧ କରୁଛନ୍ତି। ଦିନ ଥିଲା ନବୀନ ଯାହା ନିଷ୍ପତ୍ତି ନେଉଥିଲେ, ସବୁ ନେତା ତାକୁ ମାନି ନେଉଥିଲେ। କେହି ମୁହଁ ଖୋଲୁନଥିଲେ। ହେ‌େ‌ଲ ଏବେ ସେ ସମୟ ଆଉ ନାହିଁ। ଦଳର ପୁରୁଖା ନେତାମାନେ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ସହ ନେତୃତ୍ବ ଉପରକୁ ଅଙ୍ଗୁଳି ଉଠାଉଛନ୍ତି। ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ମଲ୍ଲିକ, ବଦ୍ରିନାରାୟଣ ପାତ୍ରଙ୍କ ଭଳି ବରିଷ୍ଠ ନେତାମାନେ ବିଭିନ୍ନ ସମୟରେ ପରୋକ୍ଷରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେଡିରେ ଅସନ୍ତୁଷ୍ଟ ହୋଇ ରହିଥିବା ନେତା ଯେଉଁମାନେ ବିଜେପି କିମ୍ବା କଂଗ୍ରେସକୁ ଯାଇପାରିବେନି; ସେମାନେ ବିଜୁଙ୍କ ନାମ ଥିବା ନୂଆ ମଞ୍ଚରେ ଏକାଠି ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ବିଜେଡି ଏବେ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ହୋଇଥିବାବେ‌େ‌ଳ କୌଣସି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ ରହୁନି। ଯାହାଫଳରେ ବିଭିନ୍ନ ସମୟରେ ଦଳ ଓ ସଂଗଠନ ଭିତରେ ଫାଟ ଦେଖିବାକୁ ମିଳୁଛି।

- Advertisement -

କେତେବେଳେ ୱାକଫ ଭୋଟ୍‌କୁ ନେଇ ରାଜ୍ୟସଭା ସାଂସଦଙ୍କ ଭିତରେ ଫାଟ ତ ଆଉ କେତେବେଳେ ଯୁବ-ଛାତ୍ର ସଭାପତି ମନୋନୟନକୁ ନେଇ ବିବାଦ ସାମ୍ନାକୁ ଆସୁଛି। ଏହାସହ ବିଜେଡିର ନେତାମାନେ ନେତୃତ୍ବ ଓ ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବ‌େ‌ର ରହୁଛନ୍ତି। ବରିଷ୍ଠଙ୍କଠାରୁ ଆରମ୍ଭ କରି ଯୁବ-ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ବିଭିନ୍ନ ସମୟରେ ନେତାଙ୍କ ମେଳି ଦଳରେ ଗୁଞ୍ଜରଣ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ସାଂଗଠନିକ ନିର୍ବାଚନର ୫ ମାସ ପରେ ବି ସମସ୍ତ ଜିଲାରେ ସଭାପତି ନିଯୁକ୍ତ କରିପାରିନି ଦଳ। ମୋଟ ୩୩ଟି ସାଂଗଠନିକ ଜିଲା ମଧ୍ୟରୁ ଏବେବି ଖୋର୍ଦ୍ଧା ଏବଂ ବାଲେଶ୍ବର ଜିଲାରେ ଦଳ ସଭାପତି ଘୋଷଣା କରିପାରୁନି। ବାଲେଶ୍ବର ଓ ଖୋର୍ଦ୍ଧା ଜିଲା ସଭାପତି ପାଇଁ ଦଳ ଭିତରେ ଛକାପଞ୍ଝା ସ୍ଥିତି ଲାଗି ରହିଛି। ରାୟଗଡ଼ାରେ ବହୁ କସରତ କରି ଜିଲା ସଭାପତି ଘୋଷଣା ପରେ ଯେଭଳି ସ୍ଥିତି ଦେଖିବାକୁ ମିଳିଲା, ଏହି ଦୁଇ ଜିଲାରେ ଯେ ସେମିତି କିଛି ନହେବ, ତାହା କେହି ନିଶ୍ଚିତ କରିପାରିବେନି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories