www.samajalive.in
Saturday, December 6, 2025
26.1 C
Bhubaneswar

ସରକାରଙ୍କ ଉପରେ ଲୋକଙ୍କ ଭରସା ନାହିଁ: ନବୀନ

ଭୁବନେଶ୍ଵର: ବିଜେଡି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ କିଭଳି ଭାବେ ପୁର୍ନବାର ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପରିବ , ତାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବଡଗଡ ନେତାଜୀ ଖେଳପଡିଆ ଠାରୁ ପଦଯାତ୍ରା ଆରମ୍ଭ ହୋଇଛି। ଏହାକୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ତେବେ ପଦଯାତ୍ରା ସମୟରେ ବିଜେପି ସରକାରକୁ ନିଶାନା କଲେ ନବୀନ ପଟ୍ଟନାୟକ, କହିଲେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି, ସେମାନେ ବିଏସକେଓ୍ବାଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି, ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେନି। ୩ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ୩ ହଜାର ଟଙ୍କା ଭତ୍ତା ଦେବେ ବୋଲି କହିଥିଲେ। ମାଆ ମାନଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କହିଥିଲେ , କିନ୍ତୁ ଏପର୍ଯ୍ୟନ୍ତ କେତେ ଜଣ ପାଇଲେଣି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ କେବେ ହେଲେ ଜିତି ପାରିବେନି। ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି । ବିଜେଡି ଲୋକଙ୍କ ହୃଦୟରେ ଅଛି । ସରକାରୀ କର୍ମଚାରୀମାନେ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ମୁଁ କ୍ଷମତାରେ ଥାଏ ବା ନ ଥାଏ  କିନ୍ତୁ ଲୋକଙ୍କ ସେବା ଜାରି ରହିବ। ବିଜେଡି ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ସେବା , ସ୍ଵାଭିମାନ ଓ ବିକାଶ ହେଉଛି ବିଜେଡିର ପରିଚୟ ବୋଲି କହିଛନ୍ତି ନବୀନ। ଏପରିକି ରାଜ୍ୟବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories