www.samajalive.in
Saturday, December 6, 2025
16.1 C
Bhubaneswar

ବାଲେଶ୍ବର ଲୋକସଭା ଆସନ ପାଇଁ ବିଜେଡି ଖେଳିପାରେ ମହିଳା କାର୍ଡ

ବାଲେଶ୍ୱର : ବିଜେଡି ରାଜ୍ୟର ୨୦ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବାଲେଶ୍ୱର ଆସନରେ ଅନିଶ୍ଚିତତା ଲାଗିରହିଛି। ଦଳ ପକ୍ଷରୁ ଜିଲାର ଆହୁରି ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଝୁଲିକି ରହିଛି। ଲୋକସଭା ପ୍ରାର୍ଥୀ ଘୋଷଣା ନ ହେବା ଯୋଗୁଁ ଏହି ବିଧାନସଭା ଆସନଗୁଡିକ ଲାଗି ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଦଳ ଏଠି ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିବ ବୋଲି ଚର୍ଚ୍ଚା ବଢିଛି। ଏଠାରୁ ବିଜେପି ପକ୍ଷରୁ ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। କଂଗ୍ରେସର ଗତଥର ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଟିକେଟ ଦୌଡ଼ରୁ ଓହରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ତେଣୁ ବିଜେଡି ଜଣେ ପ୍ରଭାବଶାଳୀ ନେତାଙ୍କୁ ଖୋଜୁଛି। ଶେଷରେ ବିଜେଡି ବାଲେଶ୍ୱରରେ ଜଣେ ମହିଳାଙ୍କୁ ମଇଦାନକୁ ଆଣିପାରେ ବୋଲି ଆଲୋଚନା ହେଉଛି।

ଗୋବର୍ଦ୍ଧନପୁରରେ ବିଜେଡିର ମିଶ୍ରଣ ପର୍ବ, ୩୦ରୁ ଉର୍ଦ୍ଧ୍ବ କର୍ମୀ ସାମିଲ

- Advertisement -

ସୂଚନା ଯେ, ବିଜେଡି ସର୍ବଦା ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇଆସିଛି। ଚଳିତ ନିର୍ବାଚନରେ ଦଳ ବରଗଡ଼, କୋରାପୁଟ, ଆସିକା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଭଳି ୬ଟି ଲୋକସଭା ଆସନ ପାଇଁ ମହିଳା ପ୍ରାର୍ଥୀ ଘୋଷଣା କରିସାରିଛି। ରାଜ୍ୟରେ ମୋଟ ଲୋକସଭା ଆସନ ୨୧ର ଏକ ତୃତୀୟାଂଶ ସଂଖ୍ୟା ହେଉଛି ୭। ତେଣୁ ଏକ ତୃତୀୟାଂଶ ମହିଳା ସଂରକ୍ଷଣ ଆଇନ ପ୍ରଣୟନ ଦୃଷ୍ଟିରୁ ବିଜେଡି ବାଲେଶ୍ୱର ଆସନରେ ମହିଳା ପ୍ରାର୍ଥୀ ଦେଇ ନାରୀ ସଶକ୍ତୀକରଣକୁ ଏଥର ନିର୍ବାଚନ ପ୍ରସଙ୍ଗ କରି ବିଜେପିକୁ ରାଜ୍ୟବ୍ୟାପୀ ଘେରିପାରେ ବୋଲି ଏକ ସୂତ୍ରରୁ ପ୍ରକାଶ। କାରଣ ବିଜେପି ମାତ୍ର ଦୁଇଟି ସ୍ଥାନରେ ମହିଳା ପ୍ରାର୍ଥୀ ଦେଇଛି। ତେବେ ଏକ୍ଷେତ୍ରରେ ବିଜେଡି ପାଇଁ ବାଲେଶ୍ବରରେ ସେଭଳି ମହିଳା ପ୍ରାର୍ଥୀ ଖୋଜିବା ଚିନ୍ତାର ବିଷୟ ହୋଇଛି। ସେମିତି ପ୍ରଭାବଶାଳୀ ଚେହେରା ନ ହେଲେ ପ୍ରତିପକ୍ଷଙ୍କ ମୁକାବିଲା ସହଜ ନ ହୋଇପାରେ। କେତେ ଜଣ ମହିଳାଙ୍କ ଉପରେ ଦଳ ବିଚାରବିମର୍ଶ କରୁଛି। ପୂର୍ବତନ ଜିଲା ପରିଷଦ ସଭାପତି ନିବେଦିତା ମହାନ୍ତି, ଖ୍ୟାତନାମା ଐତିହାସିକ ଡ.ମନ୍ମଥ ନାଥ ଦାସ ଓ ଯଶସ୍ୱୀ ଲେଖକ ମନୋଜ ଦାସଙ୍କ ବୋହୂ ଡା.ରଞ୍ଜିତା ଦାସ, ବାଲେଶ୍ବର ମ୍ୟୁନିସିପାଲିଟି କାଉନସିଲର ମିତା ପଟ୍ଟନାୟକଙ୍କ ନାମ ସହ ଆଉ କିଛି ମହିଳାଙ୍କ ନାମ ନେଇ କୁଆଡେ ବିଚାରବିମର୍ଶ ଚାଲିଛି। ଅନ୍ୟ ଜିଲାର ମହିଳାଙ୍କ ନାମ ଉପରେ ମଧ୍ୟ ଦଳ ବିଚାର କରୁଥିବା ଚର୍ଚ୍ଚା ହେଉଛି। ବିଜେଡି ଗତ ନିର୍ବାଚନରେ ଆସିକା ଲୋକସଭାରୁ ସ୍ବୟଂ ସହାୟକ ଗୋଷ୍ଠୀ ସମୂହର ନେତୃତ୍ବ ନେଉଥିବା ଜଣେ ସାଧାରଣ ମହିଳା ପ୍ରମିଳା ବିଶୋୟଙ୍କୁ ପ୍ରାର୍ଥୀ କରି ରାଜ୍ୟବ୍ୟାପୀ ମହିଳା ସଶକ୍ତୀକରଣକୁ ପ୍ରସଙ୍ଗ କରି ରାଜନୈତିକ ଫାଇଦା ପାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories